ତିରୁଅନନ୍ତପୁର୍‌ମ: ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ‌‌ରେ କେରଳର ତିରୁଅନନ୍ତପୁରମ୍‌‌ରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ବ୍ୟକ୍ତି ଜଣକ ପତ୍ନୀଙ୍କ ଚାକିରିିରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ନିର୍ଯାତନା ଦେଉଥିଲେ। ଖାଲି ସେକିତି ନ‌ୁହେଁ, ତାଙ୍କୁ ନିର୍ଯାତନା ଦେବା ସହ ସେ ସମୟର ଭିଡିଓ ‌ସୁଟ୍‌ କରି ତାହାକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଥି‌ଲେ। ଏହି ଘଟଣା ପୁଲିସ୍‌ ନିକଟକୁ ଯିବା ପରେ ପୁଲିସ୍‌ ପ୍ରାଥମିକ ତଦନ୍ତ କରି ତାଙ୍କୁ ଗିରଫ କରିଛି।

Advertisment

ଅଭିଯୁକ୍ତଙ୍କ ନାମ ଦିଲୀପ। ତାଙ୍କ ପତ୍ନୀଙ୍କ ଅଭିଯୋଗକୁ ଭିତ୍ତି କରି ଦିଲୀପଙ୍କୁ ଗିରଫ କରାଯାଇଛି। ଜାଣିବାକୁ ମିଳିଛି ଯେ ଦିଲୀପଙ୍କ ପତ୍ନୀ ଚାକିରି କରନ୍ତି। ମାତ୍ର ପତ୍ନୀ ଚାକିରି କରନ୍ତୁ ବୋଲି ଦିଲୀପ ଚାହୁଁନଥିଲେ। ସେଥିପାଇଁ ସେ ତାଙ୍କ ପତ୍ନୀଙ୍କୁ ବାରମ୍ବାର ବାରଣ ବି କରୁଥିଲେ। ମାତ୍ର ପତ୍ନୀ ତାଙ୍କ କଥା ନମାନି ନିଜ ସ୍ବାମୀଙ୍କ ଇଚ୍ଛା ବିରୋଧରେ ଯାଇ ଚାକିରି କରୁଥିଲେ। ଯେଉଁଥିପାଇଁ ସେମାନଙ୍କ ମଧ୍ୟରେ ବାରମ୍ବାର କଳି ଲାଗୁଥିଲା।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ଦିଲୀପ ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେଉଛନ୍ତି। ଏପରିକି ପତ୍ନୀଙ୍କ ମୁହଁରୁ ରକ୍ତ ବି ବାହରୁଛି। ଏହା ଏକ ସମ୍ବେଦନଶୀଳ ଭିଡିଓ ହୋଇଥିବାରୁ ତାହାକୁ ଗଣମାଧ୍ୟମ ସଂସ୍ଥା ପୋଷ୍ଟ୍‌ କରିନାହାନ୍ତି।

ଦିଲୀପ ପତ୍ନୀଙ୍କୁ ମାରିବା ପରେ ଶେଷରେ କହୁଥିବାର ଶୁଣିବାକୁ ମିଳିଛି ଯେ ସେ ଆଉ କେବେ ବି କାମ କରିବାକୁ ବାହାରକୁ ଯିବନି। ପରିବାର ଉପରେ ଥିବା ଋଣକୁ ସୁଝିବା ପାଇଁ ପତ୍ନୀ କାମ କରିବାକୁ ଯାଉଥିବା କଥା ଭିଡିଓରେ ଶୁଣିବାକୁ ମିଳିଛି।