କପି ଅପବାଦ ସହି ନ ପାରି ଆତ୍ମହତ୍ୟା କଲା ୧୩ ବର୍ଷୀୟ ବାଳିକା

ମୁମ୍ବାଇ: ପରୀକ୍ଷା ଉତ୍ତର ଖାତାରେ କପି ଚିରୁକୁଟି କାଗଜ ମିଳିବା ପରେ ଶିକ୍ଷକ ଗାଳିମନ୍ଦ କରିବାରୁ ଜଣେ ୧୩ ବର୍ଷୀୟ ଛାତ୍ରୀ ଆତ୍ମହତ୍ୟା କରିଥିବା କଥା ଅଭିଯୋଗ କରିଛନ୍ତି ତା’ର ପିତାମାତା।

ପୁଲିସ କହିଛି ଯେ କୁର୍ଲାସ୍ଥିତ ସ୍କୁଲ୍‌ରୁ ଫେରି ବାଳିକା ଜଣକ ଉପନଗରୀ ପୋଓ୍ଵାଇ ଠାରେ ତାଙ୍କ ଘର ସିଲିଙ୍ଗ୍‌ରେ ସୋମବାର ସନ୍ଧ୍ୟାରେ ଫାଶୀ ଦେଇ ଥିଲା।

ପରିବାର ଲୋକେ ଠିକ୍‌ ସମୟରେ ଘରକୁ ଫେରୁଥିଲେ। ସେମାନେ ଠିକଣା ବେଳେ ବାଳିକାଟିକୁ ନେଇ ଡାକ୍ତରଖାନାକୁ ଗଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଲା ବୋଲି ଜଣେ ଅଧିକାରୀ କହିଛନ୍ତି।

ପୁଲିସ କହିଛି ଯେ ଘଟଣାରେ କୌଣସି ସ୍ୟୁସାଇଡ୍‌ ନୋଟ୍‌ ମିଳି ନାହିଁ କିନ୍ତୁ, ତା’ର ପିତାମାତା କହୁଛନ୍ତି ଯେ ପରୀକ୍ଷା ଖାତାରୁ କପି ଟୁକୁରା ବାହାରିବା ପରେ ଶିକ୍ଷକ ଗାଳି ଦେବାରୁ ସେ ଏମିତି ପଦକ୍ଷେପ ନେଇଛି।

ବାଳିକାଟି କୁର୍ଲା ସ୍କୁଲ୍‌ରେ ତା’ର ପରୀକ୍ଷା ଖାତା ଦାଖଲ କରିବା ପରେ ଶିକ୍ଷକ ସେଥିରୁ କିଛି ଟୁକୁରା କାଗଜ ପାଇଥିଲେ। କପି କରିଛି କହି ଶିକ୍ଷକ ତାକୁ ଭର୍ତ୍ସନା କରିଥିଲେ ବୋଲି ଅଧିକାରୀ ଜଣକ କହିଛନ୍ତି।

ଏ ମାମଲାରେ ଏକ ଅଚାନକ ମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର