ନାବାଳିକା ସହ ଯୌନସପଂର୍କ ରଖିବାକୁ କାନାଡାରୁ ଆମେରିକା ଯାଉଥିବା ଭାରତୀୟ ବଂଶୋଦ୍ଭବଙ୍କୁ ୪୬ ମାସ ଜେଲ୍‌

ଓ୍ଵାଶିଂଟନ : କାନାଡ଼ାର ଓଣ୍ଟାରିଓରେ ରହୁଥିବା ଜଣେ ୫୭ ବର୍ଷିୟ ଭାରତ ବଂଶୋଦ୍ଭବ ଦିଲବାଗ ସିଂଙ୍କୁ ଆରିଜନା କୋର୍ଟ ୪୬ ମାସର କାରାଦଣ୍ଡାଦେଶ ଦେଇଛନ୍ତି। ଜଣେ ନାବାଳିକା ସହ ଯୌନ ସଂପର୍କ ସ୍ଥାପନ କରିବା ପାଇଁ ସେ ଆମେରିକା ଆସୁଥିବା ବେଳେ ଜଣାପଡ଼ିଛନ୍ତି।

ସୂଚନା ଅନୁଯାୟୀ, ୨୦୧୭ ଜାନୁଆରିରେ ସିଂ ଅନ୍‌ଲାଇନରେ ଜଣେ ନାବାଳିକାଙ୍କ ସାଙ୍ଗରେ କଥାବାର୍ତ୍ତା ଆରମ୍ଭ କରିଥିଲେ । ସେ ନାବାଳିକାର ବୟସ ୧୫ ବର୍ଷ ବୋଲି ଆଗରୁ ଜାଣିଥିଲେ ମଧ୍ୟ ସିଂ ୪ ମାସ ଧରି ନାବାଳିକା ସହ କଥା ହେବା ସମୟରେ ତାହା ସହ ବିଭିନ୍ନ ପ୍ରକାରର ଯୌନ ସଂପର୍କ ରଖିବେ ବୋଲି କହିଥିଲେ। ଏଇ କାର୍ଯ୍ୟ ଲାଗି ୨୦୧୭ ମଇ ମାସରେ କାନାଡ଼ାରୁ ଅରିଜନା ଫ୍ଲାଗଷ୍ଟାଫକୁ ଯାତ୍ରା କରିଥିଲେ। ସେ ଏହି ଯାତ୍ରା ନାବାଳିକା ସହ କେବଳ ଯୌନ ସଂପର୍କର୍ ରଖିବା ପାଇଁ କରିଥିଲେ। ଏହି ବିଷୟରେ ଅରିଜନା ପୋଲିସ ଖବର ପାଇ ତାଙ୍କୁ ଗିରଫ କରିଥିଲା। ତାଙ୍କର ବିଚାର ପରେ ୪୬ ମାସର ଦଣ୍ଡ ଦିଆଯାଇଛି ।

ସମ୍ବନ୍ଧିତ ଖବର