ନିଜ ୧୦ ମାସର ଝିଅ ସହ ଦୁଷ୍କର୍ମ କରିବା ପରେ ଗୁଗୁଲ୍‌ରେ ଏପରି ସର୍ଚ କଲେ ବାପା

ୱାଶିଂଟନ: ଆମେରିକାର ପେନସିଲଭାନିଆର ଜଣେ ପିତାଙ୍କ ନୃଶଂସତା ଏବେ ସଭିଙ୍କୁ ଚକିତ କରିଛି। ୨୯ ବର୍ଷିଅ ପିତା ଜଣକ ନିଜର ୧୦ ମାସର ଝିଅକୁ ଦୁଷ୍କର୍ମ କରିବା ପରେ ଶିଶୁଟିର ଜୀବନ ଯାଇଥିବା ସୂଚନା ରହିଛି। ଯୁବକ ଜଣକ ତାଙ୍କ ୧୦ ମାସର ଝିଅ ସହ ଏପରି ବର୍ବର କାଣ୍ଡ କରିବା ପରେ କୁନି ଶିଶୁଟିର ନିଶ୍ବାସ ବନ୍ଦ ହୋଇ ଯାଇଥିଲା। ତା’ପରେ ଯୁବକର ମୁଣ୍ଡରେ ଚେତା ପଶିଥିଲା। ସେ ତତ୍‌କ୍ଷଣାତ ଗୁଗୁଲ୍‌ ଖୋଲି ଶିଶୁର ନିଶ୍ବାସ ବନ୍ଦ ହେବା ପରେ ତାକୁ କିପରି ବଞ୍ଚାଇ ହେବ ବୋଲି ସର୍ଚ୍ଚ କରିବାକୁ ଲାଗିଥିଲେ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯୁବକ ଜଣକ ନିଜ ୧୦ ମାସର ଝିଅକୁ ତାଙ୍କ ପାଖରେ ରଖି ତା’ର ଯତ୍ନ ନେଉଥିଲେ। ମାତ୍ର ତାଙ୍କ ଭିତରର ଆସୁରିକ ପ୍ରବୃତ୍ତି ତାଙ୍କୁ ତାଙ୍କ କଅଁଳା ଶିଶୁକୁ ଦୁଷ୍କର୍ମ କରିବାକୁ ଉସୁକାଇଥିଲା। ‌ସେ ଦୁଷ୍କର୍ମ କରି ସାରିବା ପରେ ଶିଶୁଟିର ନିଶ୍ବାସ ବନ୍ଦ ହୋଇ ଯାଇଥିଲା। ହେଲେ କୌଣସି ବି ପରିସ୍ଥିତିରେ ଶିଶୁଟିକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ନୃଶଂସ ପିତା। ଶିଶୁଟିର ଗୁପ୍ତାଙ୍ଗରୁ ରକ୍ତସ୍ରାବ ହେବା ଆରମ୍ଭ ହୋଇ ଯାଇଥିଲା। କ’ଣ କଲେ ଶିଶୁ ବଞ୍ଚିବ ଭାବି ସେ ଗୁଗୁଲ୍‌ର ସହାୟତା ନେଇଥିଲେ। ଶିଶୁର ନିଶ୍ବାସ ବନ୍ଦ ହେବା ପରେ କିପରି ବଞ୍ଚା ଯାଇପାରିବ ବୋଲି ଗୁଗୁଲ୍‌ ସର୍ଚ କରିଥିଲେ।


MadeForMums

ହେଲେ ଭୟରେ ସହାୟତା ପାଇଁ ଡାକ୍ତରଖାନା କିମ୍ବା ଜରୁରୀକାଳୀନ ସେବାକୁ ଡାକି ନଥିଲେ। ଘଟଣା ଘଟିବା ସମୟରେ ବ୍ୟକ୍ତି ଜଣକ ଏପରି କରିଛନ୍ତି ବୋଲି ପୁଲିସ୍‌ ତାଙ୍କ ଫୋନ୍‌ ଜବତ କରିବା ପରେ ଜାଣିବାକୁ ମିଳିଛି। ଆହୁରି ବି ସେ ସେହି ସମୟରେ ଦୁଇ ଜଣ ମହିଳାଙ୍କ ସହ ଚାଟ୍‌ କରୁଥିଲେ ବୋଲି ପୁଲିସ୍‌ ସୂଚନା ପ୍ରଦାନ କରିଛି।

ସମ୍ବନ୍ଧିତ ଖବର