କାର୍ନେସନ୍‌: ଇଟା ପାଚେରିରେ କାର୍‌ ଧକ୍କା କରି ପ୍ରେମିକ ଓ ଅନ୍ୟ ଜଣେ ବନ୍ଧୁଙ୍କୁ ମାରିଥିବା ଆମେରିକାର ଓହାଇଓ ପ୍ରଦେଶର ୧୯ ବର୍ଷୀୟ ତରୁଣୀ ମ୍ୟାକେଞ୍ଜି ଶିରିଲାକୁ ଯାବଜ୍ଜୀବନ କରାଦଣ୍ଡାଦେଶ ହୋଇଥିବା ‘ଫକ୍ସ୍‌ ନିଉଜ୍‌’ ରିପୋର୍ଟ କରିଛି।

Advertisment

କେବଳ ସେତିକି ନୁହେଁ ଦୁହିଁଙ୍କୁ ମାରିବାର ମାସକରୁ କମ୍‌ ସମୟ ମଧ୍ୟରେ ସେ ଅନେକ ଥର ଅନ୍‌ଲାଇନ୍‌ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା।

‘ଫକ୍ସ୍‌ ନିଉଜ୍‌’ ରିପୋର୍ଟ ଅନୁସାରେ, ୨୦୨୨ ଜୁଲାଇରେ କରିଥିବା ଏହି ହତ୍ୟା ଘଟଣାରେ ତରୁଣୀ ଶିରିଲାକୁ ଚଳିତ ସପ୍ତାହ ପ୍ରାରମ୍ଭରେ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ। ଶିରିଲା ଜାଣିଶୁଣି କରିଥିବା କାର୍‌ ଦୁର୍ଘଟଣାରେ ତା’ର ୨୦ ବର୍ଷିୟ ପ୍ରେମିକ ଡୋମିନିକ୍‌ ରୁସୋ ଓ ତା’ର ବନ୍ଧୁ ଡେଭିଅନ୍‌ ଫ୍ଲେନେଗାନ୍‌ଙ୍କର ମୃତ୍ୟୁ ଘଟିଥିଲା। କୁହାଯାଉଛି, କାର୍‌ ଚଳାଇ କ୍ଲିଭ୍‌ଲାଣ୍ଡ୍‌ସ୍ଥିତ ‌ଗୋଟାଏ‌ ଗୋଦାମଘରର ଇଟା ପ୍ରାଚୀର ଉପରେ ଧକ୍କା ଦେବା ପୂର୍ବରୁ ଶିରିଲା ସେ ଦୁହିଁଙ୍କ ସହିତ ମିଶି ଗ‌ଞ୍ଜେଇ ଟାଣିଥିଲା। କାର୍‌ ପାଚେରିରେ ଧକ୍କା ଖାଇବ ଜାଣି ସୁଦ୍ଧା ସେ ବ୍ରେକ୍‌ ମାରି ନ ଥିଲେ।

publive-image Image Courtesy of People

କାର୍‌ର ପଛ ସିଟ୍‌ରେ ବସିଥିବା ରୁସୋ ଓ ଫ୍ଳେଗେନାନ୍‌ଙ୍କର ଦୁଘର୍ଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ବଡ଼ ଆଚମ୍ବିତ କଥା ଯେ, ଏହି ଦୁର୍ଘଟଣାରେ ଶିରିଲାର ମୃତ୍ୟୁ ହୋଇ ନ ଥିଲା। କାର୍‌ ଏକ୍ସେଲେରେଟର୍‌ ଉପରେ ତା’ର ଚପଲ ଥିବା ବ‌େଳେ ସେ ଚେତା ହରାଇ ସେଠାରେ ପଡ଼ିଥିଲା।

ଦୁର୍ଘଟଣାର କିଛି ସପ୍ତାହ ପରେ ସେତେବେଳେ ୧୭ ବର୍ଷର ହୋଇଥିବା ଶିରିଲା ଅନ୍‌ଲାଇନ୍‌ରେ ଦିବଂଗତ ପ୍ରେମିକ ରୁସୋ ପ୍ରତି ଡଜନାଧିକ ଅଦ୍ଭୁତ ପ୍ରକାରର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥି‌ଲା। ଗତ ଅଗଷ୍ଟ ମାସରେ ଅର୍ପିତ ଶ୍ରଦ୍ଧାଞ୍ଜଳିରୁ ଦୁଇଟି ହେଉଛି: ‘ଏଭଳି ପରିଣାମ ଭୋଗିବାରେ ସେ (ରୁସୋ) ହେଉଛି ଶେଷ ବ୍ୟକ୍ତି’। ‘ଆଗକୁ ତୋ ପାଇଁ ପୂର୍ଣ୍ଣାଙ୍ଗ ଜୀବନ ଅପେକ୍ଷା କରିଛି।’

ଏହାଛଡ଼ା, ‘ୟୁନିଭର୍ସାଲ୍‌ ଷ୍ଟୁଡିଓ’ରେ ସେମାନେ ପୋଜ୍‌ ଦେଇ ଉଠାଇଥିବା ଫଟୋ ମଧ୍ୟ ପୋଷ୍ଟ୍‌ କରି ସେ ଲେଖିଥିଲେ, ମୁଁ ତୋର ଅନୁପସ୍ଥିତି ଅନୁଭବ କରୁଛି ‘ଗଞ୍ଜେଇ’।

Mackenzie Shirilla Dominic Russo Image Courtesy of People

‘ପିପୁଲ୍‌’ ସମ୍ବାଦପତ୍ର ରିପୋର୍ଟ ଅନୁସାରେ, କ୍ଲିଭ୍‌ଲାଣ୍ଡ୍‌ସ୍ଥିତ ଅଦାଲତରେ ଏହି ମାମଲାର ଶୁଣାଣି ବେଳେ ପ୍ରୋସିକ୍ୟୁଟର୍‌ କିନ୍ତୁ, କହିଥିଲେ, ଶିରିଲା ତା’ର ପ୍ରେମିକ ରୁସୋକୁ ହତ୍ୟା କରିବା ଲାଗି ‌ଯୋଜନା କରି ଜାଣିଶୁଣି ଘଣ୍ଟାପ୍ରତି ୧୦୦ କିଲୋମିଟର୍‌ ବେଗରେ କାର୍‌ ଚଳାଇ ବ୍ରେକ୍‌ ନ ମାରି ଇଟା ପାଚେରିରେ ଧକ୍କା ଦେଇଥିଲା। କିନ୍ତୁ, ଶିରିଲାଙ୍କ ଓକିଲ କହିଥିଲେ କି, ସେ ତା’ର ପ୍ରେମିକ ଓ ତା’ର ବନ୍ଧୁଙ୍କୁ ମାରିବାକୁ ଚାହୁଁ ନ ଥିଲା। କାର୍‌ ଉପରୁ ସେ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଲା।

କିନ୍ତୁ ବିଚାରପତି ନେନ୍‌ସି ମାର୍ଗାରେଟ୍‌ ରୁସୋ ଶିରିଲାକୁ ଏହି ଦୁର୍ଘଟଣାରେ ୧୨ଟି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଯାବଜ୍ଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଅବଶ୍ୟ ୧୫ ବର୍ଷ ପରେ ତାକୁ ‘ପାରୋଲ୍‌’ ମିଳିବାର ସମ୍ଭାବନା ଅଛି।