ଆମେରିକାରୁ ଯୋଗ ଶିବିରକୁ ଆସିଥିବା ଯୁବତୀ ନିଖୋଜ, ୨୪ ଘଣ୍ଟା ହେଲାଣି ପତ୍ତା ମିଳୁନି

ପାଣାଜୀ : ଆମେରିକାରୁ ଗୋଆକୁ ଆସିଥିବା ୨୦ବର୍ଷୀୟା ଏଲିଜାବେଥ୍‌ ମନ୍ନ ଏବେ ନିଖୋଜ ହୋଇ ଯାଇଛନ୍ତି । ସେ ଜଣେ ଯୋଗ ପ୍ରେମୀ ହୋଇଥିବା ବେଳେ ଯୋଗ ଶିବିରରେ ସାମିଲ ହେବା ପାଇଁ ସେ ଗୋଆରେ ଆସି ପହଞ୍ଚିଥିଲେ ବୋଲି ଜଣାପଡ଼ିଛି । ଅକ୍ଟୋବର ୨୭ରେ ସେ ଭାରତ ପହଞ୍ଚିଥିବା ବେଳେ ଗତ ୨୪ଘଣ୍ଟା ହେଲାଣି ତାଙ୍କର କୌଣସି ପତ୍ତା ମିଳୁ ନାହିଁ । ଆମେରିକାରେ ଥିବା ତାଙ୍କର ଜଣେ ସଂପର୍କୀୟ ତାଙ୍କୁ ୨୪ଘଣ୍ଟା ହେଲାଣି ସଂପର୍କ କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି । ଏହା ସହ ସେ ଏ ନେଇ ଗୋଆର ଅନ୍‌ଜୁନା ପୁଲିସରେ ମଧ୍ୟ ନିଖୋଜ ରିପୋର୍ଟ ଲେଖାଇଛନ୍ତି ।

Image result for US yoga enthusiast missing for 24 hours from Goa"
Daijiworld

ସୂଚନା ମୁତାବକ, ଆମେରିକାର ମିନେସୋଟା ରାଜ୍ୟର ବାସିନ୍ଦା ଏଲିଜାବେଥ୍‌ । ଅକ୍ଟୋବର ୨୭ରେ ସେ ଉତ୍ତର ଗୋଆରେ ଥିବା ଅନ୍‌ଜୁନାକୁ ଯୋଗ ଶିବିରରେ ସାମିଲ ହେବା ପାଇଁ ଆସିଥିଲେ । ଆସିବା ଦିନଠାରୁ ସେ ନିଜ ପରିବାର ସହ ସଂର୍ପକରେ ଥିବା ବେଳେ ଗୁରୁବାରଠାରୁ ତାଙ୍କ ଫୋନ ବନ୍ଦ ଆସିଥିଲା । ଯାହା ପରେ ତାଙ୍କ ସଂପର୍କୀୟ ଜେନି ଜନ୍‌ସନ୍‌ ହଫ୍‌ମ୍ୟାନ୍‌ ଫେସ୍‌ବୁକ୍‌ରେ ଏଲିଜାବେଥ୍‌ଙ୍କୁ ଖୋଜିବା ପାଇଁ ଅଭିଯାନ ଆରମ୍ଭ କରିବା ସହ ଅନ୍‌ଜୁନା ପୁଲିସରେ ଅଭିଯୋଗ କରିଛନ୍ତି । ଅନ୍‌ଜୁନାର ହଷ୍ଟେଲରେ ଏଲିଜାବେଥ୍‌ଙ୍କ ସମସ୍ତ ଜିନିଷ ଥିବା ସହ ତାଙ୍କ ପାଖରେ କେବଳ ତାଙ୍କର ପାସପୋର୍ଟ ରହିଥିବା କଥା କହିଛନ୍ତି ଜେନି ଚନ୍‌ସନ୍‌ ହଫ୍‌ମ୍ୟାନ୍‌ । ତେବେ ହଠାତ୍‌ ଏଲିଜାବେଥ୍‌ ଗଲେ କୁଆଡ଼େ, ତାହା ଏବେ ପରିବାର ପାଇଁ ଚିନ୍ତାର କାରଣ ପାଲଟିଛି ।

ସମ୍ବନ୍ଧିତ ଖବର