ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ଯୁବତୀ ଟାଟୁ କଳାକାରଙ୍କ ଦ୍ୱାରା ତାଙ୍କ ପାଦରେ ମା’ କାଳୀଙ୍କର ଏକ ଟାଟୁ ଆଙ୍କୁଥିବାର ଦେଖିବାକୁ ମିଳୁଛି।
This girl got a tattoo of Maa Kali on her legs, people can only make fun of Hindu Gods in this country
— Hindutva Vigilant (@VigilntHindutva) July 21, 2025
Come on, defend her too now pic.twitter.com/l9C9GUQ4On
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଆପଣ ସ୍ପଷ୍ଟ ଭାବେ ଦେଖିପାରୁଥିବେ ଯେ ଜଣେ ଯୁବତୀ ଟାଟୁ କଳାକାରଙ୍କ ଷ୍ଟୁଡିଓରେ ମୁହଁ ମାଡ଼ି ଶୋଇଛନ୍ତି। ଏହି ସମୟରେ କଳାକାର ଯୁବତୀଙ୍କ ଗୋଡର ପଛପଟେ ମା’ କାଳୀଙ୍କ ଫଟୋ ଆଙ୍କୁଛନ୍ତି।
ତେବେ ଯୁବତୀ ଏପରି ଭାବେ ଗୋଡ଼ରେ ମା’ କାଳୀଙ୍କ ଫଟୋ ଆଙ୍କି ଦେବୀଙ୍କୁ ଅସମ୍ମାନ କରିଥିବା ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।