ଲୁଟେରୀ ଦୁହ୍ଲନ ସାଜିଲେ ନବବଧୂ, ଶାଶୁଘର ଲୋକଙ୍କୁ ନିଶା ଦେଇ ଲୁଟି ନେଲେ ଟଙ୍କା-ଗହଣା

ଅଲିଗଡ଼ : ଉତ୍ତରପ୍ରଦେଶର ଅଲିଗଡ଼ରେ ଥିବା ଶାଦିପୁର ଅଞ୍ଚଳରେ ନବବଧୂ ଲୁଟେରି ଦୁହ୍ଲନ ସାଜିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହର ସପ୍ତାହେ ପରେ ଘରର ବୋହୂ ସୁନାଗହଣା ଓ ଟଙ୍କା ନେଇ ଫେରାର ହେବା ଘଟଣାକୁ ନେଇ ଜୋରଦାର ଆଲୋଚନା ଜାରି ରହିଛି । ଏହି ଘଟଣାର ଖବର ପାଇ ଅଭିଯୁକ୍ତ ବୋହୂ ଓ ତା’ର ବାପଘର ଲୋକଙ୍କ ବିରୋଧରେ ପୁଲିସ ଏତଲା ଲେଖିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ପାରି ନାହିଁ ।

Image result for looteri dulhan
Patrika

ସୂଚନା ମୁତାବକ, ଶାଦିପୁରରେ ରହୁଥିବା ଅଜବ ସିଂହଙ୍କ ବିବାହ ବୁଲନ୍ଦସହରରେ ରହୁଥିବା ସୁନୀତାଙ୍କ ସହ ହୋଇଥିଲା । ଅଗଷ୍ଟ ୨୬ରେ ଦୁହିଁଙ୍କର କୋର୍ଟରେ ବିବାହ ହୋଇଥିଲା । ବିବାହର କିଛି ଦିନ ପରେ ସୁନୀତାଙ୍କ ପରିବାର ଲୋକେ ତାଙ୍କ ଶାଶୁଘରକୁ ଆସିବା ସହ ଚୋରିର ଯୋଜନା କରିଥିଲେ । ଖାଦ୍ୟ ଖାଇ ସାରି ସମସ୍ତେ କ୍ଷୀର ପିଇବାକୁ ବସିବା ବେଳେ ସୁନୀତା ନିଜ ଶାଶୁଘର ଲୋକଙ୍କ କ୍ଷୀରରେ ନିଶା ମିଶାଇ ଦେଇଥିଲେ । ନିଶା ମିଶା କ୍ଷୀର ପିଇ ସବୁ ଅଚେତ ହେବା ପରେ ଘରେ ଥିବା ସୁନାଗହଣା ଓ ଟଙ୍କା ଧରି ଫେରାର ହୋଇ ଯାଇଥିଲେ ସୁନୀତା ଓ ତାଙ୍କ ପରିବାର ଲୋକେ । ସକାଳ ସମୟରେ ପଡ଼ୋଶୀ ପୂରା ପରିବାରକୁ ଅଚେତ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଡାକ୍ତରଖାନା ନେବା ପରେ ଚେତା ଫେରି ପାଇ ପୂରା ଘଟଣା ଜଣାଇଥିଲେ ଅଜବ ସିଂହଙ୍କ ପରିବାର ଲୋକେ ।

ସମ୍ବନ୍ଧିତ ଖବର