ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁୂବକ ଅନ୍ୟ ଜଣେ ଯୁବକଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ପ୍ରଥମେ ମହିଳାଙ୍କ ନାମରେ ଆକାଉଣ୍ଟ ଖୋଲିଥିଲେ। ଏହି ଆକାଉଣ୍ଟ ଜରିଆରେ ଯୁବକଙ୍କୁ ଭେଟିବାକୁ ଡକାଇ ପୂର୍ବରୁ ଯୋଜନା କରି ରଖିଥିବା ଅନ୍ୟ ଜଣେ ଯୁବକ ନିସ୍ତୁକମାଡ଼ ମାରିଥିଲେ।

Advertisment

ତେବେ ଏହି ଘଟଣାର ଅଭିଯୁକ୍ତ ହିମାଂଶୁ ଉତ୍ତରପ୍ରଦେଶର କାନପୁର ପୁଲିସରେ ନିୟୋଜିତ ଥିବା ଏଲଆଇୟୁ ସିପାହୀ ଧର୍ମେନ୍ଦ୍ର ଯାଦବଙ୍କ ପୁଅ ବୋଲି ଜଣାପଡ଼ିଛି। କିଛିଦିନ ତେଳେ କଲ୍ୟାଣପୁର ଅଞ୍ଚଳରେ ରହୁଥିବା ଆୟୁଶ ଦ୍ବି‌ବେଦୀ ଓ ହିମାଂଶୁଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଆୟୁଶ ଆଇଟିଆଇର ଛାତ୍ର। ଆୟୁଶଙ୍କ ମାଡ଼ରେ ହିମାଂଶୁ ଆହତ ହୋଇଥିଲେ।

ଏହାପର ଠାରୁ ହିମାଂଶୁ ଆୟୁଶଙ୍କୁ ମାଡ଼ ମାରିବା ପାଇଁ ସୁଯୋଗ ଖୋଜୁଥିଲେ। କିନ୍ତୁ ଉଚିତ ସୁଯୋଗ ‌ସେ ପାଇ ନଥିଲେ। ଶେଷରେ ହିମାଂଶୁ ମହିଳାଙ୍କ ନାମରେ ଇନଷ୍ଟାଗ୍ରାମରେ ଏକ ଆକାଉଣ୍ଟ ଖୋଲିଥିଲେ। ଏହି ଆକାଉଣ୍ଟରେ ସେ ଆୟୁଶଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। କିଛିଦିନ ଏପରି କଥାବାର୍ତ୍ତା ପରେ ହିମାଂଶୁ ଆୟୁଶଙ୍କୁ ଦେଖା କରିବାକୁ ଡାକିଥିଲେ।

ପୂର୍ବରୁ ହିମାଂଶୁ ଅନ୍ୟ ସାଥୀଙ୍କୁ ଧରି ଲୁଚି ରହିଥିବା ବେଳେ ଯେମିତି ଆୟୁଶ ପହଞ୍ଚିଥିଲେ  ତାଙ୍କୁ ନିସ୍ତୁକମାଡ଼ ମାରିବା ସହିତ ବ୍ଲେଟରେ ପିଟି  ଗୁରୁତର ଆହତ କରିଥିଲେ। ଏହାପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଆୟୁଶ ଏହି ଘଟଣାକୁ କେନ୍ଦ୍ର କରି ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ପୁଲିସ ହିମାଂଶୁ ଓ ତାର ଦୁଇସାଥୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।