୨ବର୍ଷ ଧରି ନିଜ ଝିଅକୁ ଦୁଷ୍କର୍ମ କରି ଆସୁଥିଲେ ଆର୍ମି ଯବାନ, ଶେଷରେ ଏହି କାରଣ ପାଇଁ ପୁଲିସରେ ଅଭିଯୋଗ କଲେ ପୀଡ଼ିତା

ମେରୁଟ : ଉତ୍ତରପ୍ରଦେଶର ମେରୁଟ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଦେଶକୁ ସୁରକ୍ଷା ଦେଉଥିବା ଯବାନ ନିଜ ଝିଅକୁ ଅସୁରକ୍ଷିତ ଅନୁଭବ କରାଇବା ସହ ୨ବର୍ଷ ଧରି ଦୁଷ୍କର୍ମ କରି ଆସୁଥିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୨ବର୍ଷ ପରେ ପୀଡ଼ିତା ଏ ନେଇ ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।

ପୀଡ଼ିତାଙ୍କ କହିବା ଅନୁଯାୟୀ, ମୋ ବାପା ମୋ ସହ ୨ବର୍ଷ ଧରି ଦୁଷ୍କର୍ମ କରି ଆସୁଥିବା ବେଳେ ମୋ ସାନ ଭଉଣୀ ଉପରେ ମଧ୍ୟ ତାଙ୍କର ଖରାପ ନଜର ପଡ଼ିଥିଲା । ମୋ ଭଉଣୀର ମୋ ଭଳି ପରିସ୍ଥିତି ନ ହେଉ ବୋଲି ମୁଁ ପୁଲିସରେ ଅଭିଯୋଗ କରିଥିଲି । ଯଦି ମୋ ଭଉଣୀ ସହ ଅସଦାଚରଣ ନ ହୋଇଥାନ୍ତା, ତେବେ ମୁଁ କେବେ ହେଲେ ଅଭିଯୋଗ କରି ନଥାନ୍ତି ବୋଲି କହିଛନ୍ତି ।

Image result for rape
The Jakarta Post

ସୂଚନା ମୁତାବକ, ପୀଡ଼ିତାଙ୍କ ସହ ବାରମ୍ବାର ଦୁଷ୍କର୍ମ ହେବା ପରେ ସେ ଦୁଇ ମାସ ପର୍ଯ୍ୟନ୍ତ ଘର ଛାଡ଼ି ପଳାଇଥିଲେ । ପୀଡ଼ିତାଙ୍କ ମା’ ପୁଣି ସେଭଳି କିଛି ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇ ପୀଡ଼ିତାଙ୍କୁ ଘରକୁ ଡ଼ାକିଥିଲେ । କିନ୍ତୁ ଘରକୁ ଫେରିବା ପରେ ପୀଡ଼ିତାଙ୍କ ସହ ପୁଣି ଦୁଷ୍କର୍ମ କରିବା ଆରମ୍ଭ କରିଥିଲା ଅଭିଯୁକ୍ତ ବାପା । ତାଙ୍କ ମା’ ପାଟି ଫିଟାଇଲେ ତାଙ୍କୁ ମଧ୍ୟ ଅଭିଯୁକ୍ତ ମାଡ଼ ମାରୁଥିଲେ ବୋଲି ଜଣା ପଡ଼ିଛି । ଅଭିଯୁକ୍ତ ଜମ୍ମୁ-କଶ୍ମୀରରୁ ଆସି ମେରୁଟରେ ମୁତୟନ ହେବା ପରେ ପଡ଼ିତାଙ୍କ ଦୁଃଖ ଆହୁରି ବଢ଼ିଥିଲା । ଦଶହରାରେ ଘରକୁ ଆସି ଅଭିଯୁକ୍ତ ପୀଡ଼ିତାଙ୍କ ସାନ ଭଉଣୀ ସହ ମଧ୍ୟ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବା ଦେଖି ପୀଡ଼ିତା ପୁଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର