ଅଦାଲତରେ ସାକ୍ଷୀଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିବା ୨୭ ଜଣ ଚେନ୍ନାଇ ଛାତ୍ର ହାଜତରେ

ଚେନ୍ନାଇ: ମଙ୍ଗଳବାର ଦିନ ଗୋଟାଏ ନରହତ୍ୟା ମାମଲାର ଶୁଣାଣି ଚାଲିଥିବା ସମୟରେ ତିରୁବାଲ୍ଲର୍‌ ଅଦାଲତ ପ୍ରକୋଷ୍ଠରେ ଚାଲିଥିଲା ହାଇ-ଲେବଲ୍‌ ଡ୍ରାମା। ଭୟଭୀତ କରିବାକୁ ୨୭ ଜଣ ଛାତ୍ର ସାକ୍ଷୀମାନଙ୍କୁ କଟମଟ କରି ଚାହୁଁଥିଲେ।

ମାମଲାର ଅନ୍ୟତମ ସାକ୍ଷୀ ଗଜେନ୍ଦ୍ର ଏ ସଂକ୍ରାନ୍ତରେ ପୁଲିସକୁ ସୂଚନା ଦେଇଥିଲେ।

ତିରୁବାଲ୍ଲର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ପି ଅରବିନ୍ଦନ କହନ୍ତି: ଜଣେ ସାକ୍ଷୀ ଅଦାଲତ ପ୍ରକୋଷ୍ଠରେ ଥିବା ପୁଲିସକୁ ଏ ସଂକ୍ରାନ୍ତରେ ଅବଗତ କରାଇବାରୁ ସଙ୍ଗେ ସଙ୍ଗେ ସେ ୨୭ ଜଣଙ୍କୁ ଅଦାଲତରୁ ହାଜତକୁ ନିଆଯାଇଥିଲା।

ସେମାନେ ହେଉଛନ୍ତି ଚେନ୍ନାଇର ନନ୍ଦନମ ଠାରେ ଥିବା ସରକାରୀ କଳା ଓ ବିଜ୍ଞାନ କଲେଜର ଛାତ୍ର। ସହପାଠୀ ବିମଳ ସେମାନଙ୍କୁ ଅଦାଲତକୁ ଆଣିଥିଲେ। ବିମଳ ହେଉଛନ୍ତି ମାମଲାର ସମ୍ପୃକ୍ତ ଦୁଇ ମୁଖ୍ୟ ଅଭିଯୁକ୍ତ ରାଜେଶ ଓ ଦିନେଶଙ୍କର ସମ୍ପର୍କୀୟ ଭାଇ।

୨୦୧୮ରେ ତିରୁବାଲ୍ଲର ଠାରେ ଜଣେ ଇଟାଭାଟି ମାଲିକ ଏବଂ ତାଙ୍କ ଭାଇଙ୍କ ହତ୍ୟାକାଣ୍ଡ ମାମଲାର ରାୟ ଶୁଣାଯାଉଥିଲା।

ହାଜତକୁ ଯାଇଥିବା ୨୭ ଜଣ ଛାତ୍ର ହେଉଛନ୍ତି ପ୍ରଥମ ଓ ଦ୍ୱିତୀୟ ବାର୍ଷିକ ଛାତ୍ର। ୧୫ ଦିନ ପାଇଁ ସେମାନଙ୍କୁ ଚେନ୍ନାଇସ୍ଥିତ ପୁଝାଲ କେନ୍ଦ୍ରୀୟ କାରାଗାରର ବିଚାର ବିଭାଗୀୟ ହାଜତରେ ରଖାଯାଇଛି।

ସମ୍ବନ୍ଧିତ ଖବର