ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାସଗଞ୍ଜରେ ଜଣେ ମହିଳା ଓକିଲଙ୍କ ମୃତଦେହ କେନାଲରେ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ମୃତ ଓକିଲଙ୍କ ପରିଚୟ ମିଳିଛି। ନାମ ତାଙ୍କ ମୋହିନୀ ତୋମର ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୩ ଦ୍ବିପହର ସମୟରେ ମୋହିନୀ ଜିଲ୍ଲା ନ୍ୟାୟାଳୟ ଗେଟରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ। ଏହାପରେ ପରିବାରଲୋକ ମୋହିନୀଙ୍କ ସହିତ କୌଣସି ପ୍ରକାର ଯୋଗାଯୋଗ କରି ନପାରିବାରୁ ସେମାନେ ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ମୋହିନୀଙ୍କ ପତ୍ତା ଲଗାଇବାକୁ ଚେଷ୍ଟା କରୁଥିବା ବେଳେ ଜିଲ୍ଲା କୋର୍ଟ ଠାରୁ କିଛିଦୂରରେ ଥିବା ଏକ କେନାଲରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ସ୍ଥାନୀୟଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ।
#Jounpur-साहब से नेम प्लेट की पूछा तो कान पर पड़ा जोरदार कंटाप,मामला जौनपुर के सुरेरी थाना क्षेत्र का है, @Uppolice@myogiadityanath@UPPViralCheckpic.twitter.com/uOSggnrjCE
— Vishu Raghav ( Tv journalist ) (@Vishuraghav9) September 3, 2024
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କେନାଲରୁ ମୃତଦେହ ଉଦ୍ଧାର କରିଥିଲା। ମୃତଦେହର ଅବସ୍ଥା ଦେଖି ସନ୍ଦେହ କରାଯାଉଛି କେହି ଜଣେ ମୋହିନୀଙ୍କୁ ହତ୍ୟା କରିବା ପରେ ଚେହେରାକୁ ଛେଚିଛେଚି ବିକୃତ କରିବା ପରେ କେନାଲରେ ଫିଙ୍ଗି ଦେଇଛି। ପୁଲିସ ବିଭିନ୍ନ ଦିଗକୁ କେନ୍ଦ୍ର କରି ଏହି ଘଟଣାର ଯାଞ୍ଚ କରୁଛି। ମୋହିନୀଙ୍କ ପରିବାରଲୋକଙ୍କୁ ଖବର ଦେବା ସହିତ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଲେ ଯାଇ ମୋହିଦୀଙ୍କ ମୃତ୍ୟୁର ବାସ୍ତବ କାରଣ ଜଣାପଡ଼ିବ।
ସାଥୀ ଓକିଲମାନେ ମୋହିନୀଙ୍କ ଏଅବସ୍ଥା ଦେଖି ଅଭିଯୋଗ କରି କହୁଛନ୍ତି, ‘ ତାଙ୍କ ଉପରେ ରାଗ ରଖି କେହି ଜଣେ ମୋହିନୀଙ୍କୁ କୋର୍ଟରୁ ଅପହରଣ ନେଇଛି। ଏହାପରେ ହତ୍ୟା କରି କେନାଲରେ ପିଙ୍ଗି ଦେଇଛି। କାରଣ ମୋହିନୀ ଅନେକ ସମୟରେ କଥା ହେବା ସମୟରେ କହୁଥିଲେ କୋର୍ଟରୁ ଘରକୁ ଫେରୁଥିବା ସମୟରେ କିଛିଲୋକ ତାଙ୍କର ପିଛା କରନ୍ତି। ’