ରାସ୍ତା କଡ଼କୁ ପରିଶ୍ରା କରିବାକୁ ଯାଇଥିବା ବେଳେ ବିଏମଡବ୍ଲ୍ୟୁ କାର ନେଇଗଲେ ଚୋର

ନୋଏଡ଼ା: ଉତ୍ତରପ୍ରଦେଶର ନୋଏଡ଼ାରେ ଜଣେ ଯୁବକଙ୍କ ବିଏମଡବ୍ଲ୍ୟୁ କାର ଚୋରି ହୋଇଥିବା ଜଣାପଡ଼ିଛି। ଯୁବକଜଣଙ୍କ କ‌ାରରୁ ବାହାରି ରାସ୍ତା କଡ଼କୁ ପରିଶ୍ରା କରିବାକୁ ଯାଇଥିବା ବେଳେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା। କିଛି ଦୁର୍ବୃତ୍ତ ଆସି ତାଙ୍କ କାର୍ ଚୋରି କରି ନେଇଥିଲେ। ଘଟଣା ପରେ ପୀଡ଼ିତ ଏ ନେଇ ଫେଜ୍-୨ ପୁଲିସ ଷ୍ଟେସନରେ ଏତଲା ଦେଇଛନ୍ତି। ହାତରେ ବନ୍ଧୁକ ଧରି ଆସି ତାଙ୍କ କାରକୁ ଚୋରି କରାଯାଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତ।

Image result for bmw
www.bmw.co.uk

ପୁଲିସର କହିବା ମୁତାବକ, ପଞ୍ଜାବର ଅମୃତସରରେ ରହୁଥିବା ଋଷଭ ଆରୋରା ନୋଏଡାର ପାରସ ‌ଟେୟରା ସୋସାଇଟିରେ ରହନ୍ତି। ସେୟାର ବ୍ରୋକରଭାବେ କାମ କରୁଥିବା ଋଷଭ ଶନିବାର ରାତିରେ ସେକ୍ଟର-୯୦ ଦେଇ ଯାଉଥିଲେ। ପରିଶ୍ରା ଲାଗିବାରୁ ରାସ୍ତା କଡ଼‌ରେ ଗାଡ଼ି ରଖି ଋଷଭ ବାହାରକୁ ବାହାରିବା ପରେ ୩ଜଣ ଦୁର୍ବୃତ୍ତ ଆସି ତାଙ୍କୁ ମାଡ଼ ମାରିବା ସହ ତାଙ୍କର ଦାମୀ ଗାଡ଼ି ଲୁଟି ନେଇଥିଲେ। କାର ଋଷଭଙ୍କ ଭିଣୋଇଙ୍କ ନାଁରେ ଥିବା ବେଳେ କାର ଉପରେ ୪୦ଲକ୍ଷ ଟଙ୍କାର ଋଣ ଥିବା ସେ କହିଛନ୍ତି। ଏହା ସହ ଋଷଭଙ୍କ ଅଭିଯୋଗ ଲେଖି ତଦନ୍ତ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧିତ ଖବର