ଅଭିନନ୍ଦନକୁ ଅଣଦେଖା କରିବାରୁ ଜର୍ମାନୀ ପର୍ଯ୍ୟଟକଙ୍କୁ ମାଡ଼ ମାରି ଉତ୍ତରପ୍ରଦେଶ ଯୁବକ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଜଣେ ଯୁବକଙ୍କ ଶୁଭେଚ୍ଛାକୁ ଅଣଦେଖା କରି ଆକ୍ରମଣର ଶିକାର ହୋଇଛନ୍ତି  ଜର୍ମାନୀ ପର୍ଯ୍ୟଟକ ବର୍ଲିନ୍‌ର ହୋଲ୍‌ଗର ଏରିକ୍‌। ପର୍ଯ୍ୟଟକ ଜଣକ ଉତ୍ତରପ୍ରଦେଶର ସୋନଭଦ୍ରାରେ ଥିବା ରୋବଟସ୍‌ଗଞ୍ଜ ରେଲେଓ୍ଵ ଷ୍ଟେସନରେ ଓହ୍ଲାଇବା ପରେ ଅଗୋରି  ଫର୍ଟକୁ ଯିବା ପାଇଁ ବାହାରୁଥିବା ବେଳେ ଜଣେ ଯୁବକ ତାଙ୍କୁ ଅଭିନନ୍ଦନ ଜଣାଇ ‘ଭାରତକୁ ଆପଣଙ୍କୁ ସ୍ୱାଗତ’ ବୋଲି କହିଥିଲେ। ମାତ୍ର ଜର୍ମାନୀ ପର୍ଯ୍ୟଟକ ଜଣକ ଯୁବକଙ୍କ ଏପରି ଅଭିବାଦନରେ କୌଣସି ପ୍ରତିକ୍ରିୟା ନ ଦେଖାଇ ଅଣଦେଖା କରି  ଚାଲିଯାଇଥିଲେ । ଏମିତି ବ୍ୟବହାର ଦେଖି ଅଭିନନ୍ଦନ ଜଣାଇଥିବା ଯୁବକ ଜଣକ ରାଗିଯାଇ ଉକ୍ତ ପର୍ଯ୍ୟଟକଙ୍କ ଉପରରେ ଆକ୍ରମଣ କରିଥିଲେ ।

ସୂଚନାଯୋଗ୍ୟ, ବର୍ଲିନ୍‌ର ହୋଲ୍‌ଗର ଏରିକ୍‌  ନିଜର ଗବେଷଣା ପାଇଁ ଅଗୋରି ଫର୍ଟକୁ ଆସିଥିଲେ । ରୋବଟସ୍‌ଗଞ୍ଜ ରେଲେଓ୍ଵ ଷ୍ଟେସନରେ ଓହ୍ଲାଇବା ପର ଉତ୍ତରପ୍ରଦେଶର ଅମନ କୁମାର ନାମକ ଜଣେ ଯୁବକ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । କୌଣସି କାରଣରୁ ସେ ଏହାକୁ ଜାଣି ନପାରି ଅଣଦେଖା କରି ଚାଲି ଯାଇଥିଲେ । ଏପରି ବ୍ୟବହାରରେ ରାଗିଯାଇ ଯୁବକ ଜଣକ ହୋଲ୍‌ଗର ଏରିକ୍‌ଙ୍କୁ ତଳେ ପକାଇ ଚାପୁଡ଼ା ପରେ ଚାପୁଡ଼ା ମାରିଥିଲୋ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ପଯ୍ୟର୍ଟକଙ୍କୁ ଚିକିତ୍ସା ପାଇଁ ମିର୍ଜାପୁର ହସ୍ପିଟାଲକୁ  ପଠାଯାଇଥିବା ବେଳେ ଅଭିଯୁକ୍ତ ଅମନ କୁମାରଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଗୋଟେ ଘରୋଇ କମ୍ପାନିରେ ଇଲେକ୍ଟ୍ରିସିଆନ ଭବେ କାମ କରନ୍ତି ।

ତେବେ, ଏପରି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ଅକ୍ଟୋବର ୨୬ରେ ଜଣେ ସ୍ୱିସ୍‌ ଦମ୍ପତିଙ୍କ ଉପରେସିକ୍ରି ଠାରେ ଚାରି ଜଣ ଅଜଣା ଯୁବକ ଆକ୍ରମଣ କରିଥିଲେ।ଏହି ଘଟଣା ଘଟିବା ପରେ ଉତ୍ତରପ୍ରଦେଶ ପୁଲିସ ସୁରକ୍ଷା ବ୍ୟବସ୍ତାକୁ କଡ଼ାକଡ଼ି କରିଛି । ପୁଲିସକର୍ମୀ ମାନେ ସାଧା ପୋଷାକରେ ରହିବା ସହିତ ପର୍ଯ୍ୟଟନସ୍ଥଳ ମାନଙ୍କରେ ସିସିଟିଭି କ୍ୟାମେରା ଲଗାଇବାକୁ  ଷ୍ଟେଟ୍‌ ଜେନେରାଲ ଅଫ୍‌ ପୁଲିସ୍‌ ସୁଲଖାନ୍‌ ସିଂ ଆଦେଶ ଦେଇଛନ୍ତି ।

 

 

ସମ୍ବନ୍ଧିତ ଖବର