ବିବାହରେ ସାଙ୍ଗର ଶାଳୀକୁ ଦେଖି ଭଲ ପାଇ ବସିଲା ଅଭିଯୁକ୍ତ, ୫ଦିନ ପରେ କଲା ସ୍ତ୍ରୀର ହତ୍ୟା

ନୋଏଡା : ଉତ୍ତରପ୍ରଦେଶର ନୋଏଡାରେ ୩ମାସ ତଳେ ଘଟିଥିବା ଏକ ହତ୍ୟା ଘଟଣା ଉପରୁ ପରଦା ଉଠାଇଛି ପୁଲିସ । ୩ମାସ ତଳେ ଜଣେ ମହିଳାଙ୍କ ମୃତଦେହ ମିଳିଥିବା ବେଳେ ଏବେ ମହିଳାଙ୍କ ସ୍ୱାମୀ ହିଁ ତାଙ୍କୁ ହତ୍ୟା କରିଥିଲେ ବୋଲି ସାମ୍ନାକୁ ଆସିଛି । ପ୍ରଥମେ ଜଙ୍ଗଲି ପଶୁ ଆକ୍ରମଣରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ନେଇ ଅଭିଯୁକ୍ତ ସ୍ୱାମୀ ପୁଲିସକୁ ଜଣାଇଥିବା ବେଳେ ଏବେ ପ୍ରକୃତ ଦୋଷୀ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ନେଇଛି ପୁଲିସ ।

oneindia.com

ପୁଲିସ ଦେଇଥିବା ସୂଚନା ମୁତାବକ, ମାର୍ଚ୍ଚ ୮ରେ ମହିଳାଙ୍କ ମୃତଦେହ ମିଳିବା ପରେ ଅଭିଯୁକ୍ତ ସ୍ୱାମୀ ପଶୁ ଆକ୍ରମଣ ବୋଲି କହି ମାମଲାକୁ ଦବାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୀଡ଼ିତାଙ୍କ ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣି ଯାଞ୍ଚ ପାଇଁ ଦାବି କରିଥିଲେ । ଯାଞ୍ଚ ସମୟରେ ପୀଡ଼ିତାଙ୍କ ସ୍ୱାମୀ ଉପରେ ପୁଲିସର ନଜର ଯାଇଥିଲା । ଯାହା ପରେ ପୁଲିସ ଅଟକ ରଖି ଅଭିଯୁକ୍ତକୁ ପଚରାଉଚରା କରିଥିଲା । ପଚରାଉଚରା ପରେ ଅଭିଯୁକ୍ତଜଣଙ୍କ ସତ ମାନି ନେଇଥିଲେ । ମାର୍ଚ୍ଚ ୩ରେ ସେ ନିଜର ଜଣେ ବନ୍ଧୁଙ୍କ ବିବାହକୁ ଯାଇଥିବା ବେଳେ ତାଙ୍କ ଶାଳୀ ଉପରେ ଅଭିଯୁକ୍ତର ମନ ଆସି ଯାଇଥିଲା । କିନ୍ତୁ ସ୍ତ୍ରୀ ରାସ୍ତାର କଣ୍ଟା ସାଜୁଥିବାରୁ ଅଭିଯୁକ୍ତ ଜଣଙ୍କ ଯୋଜନାବନ୍ଧ ଭାବେ ପୀଡ଼ିତାଙ୍କୁ ହତ୍ୟା କରିଥିଲା ।

ସମ୍ବନ୍ଧିତ ଖବର