ପାଠ ପଢ଼ାରେ ଭଲ ଥିବାରୁ ସଂପର୍କୀୟ ଭାଇମାନଙ୍କ ଦ୍ୱାରା ୨ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମର ଶିକାର ହେଉଥିଲେ ନାବାଳିକା, ଭିଡିଓ ଭାଇରାଲ ପରେ ସାମ୍ନାକୁ ଆସିଲା ଘଟଣା

ଲକ୍ଷ୍ନୌ : ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ପାଠ ପଢ଼ାରେ ଭଲ ଥିବାରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପୀଡ଼ିତା ନିଜର ସଂପର୍କୀୟ ଭାଇଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେବା ଘଟଣା ଏବେ ସମସ୍ତଙ୍କୁ ଦୋହଲାଇ ଦେଇଛି । ଦୁଇ ବର୍ଷ ମଧ୍ୟରେ ଅନେକ ଥର ଏଭଳି ଅମାନବୀୟ କାମର ଶିକାର ହୋଇ ଆସୁଥିଲେ ପୀଡ଼ିତା । ୨ବର୍ଷ ପରେ ଦୁଷ୍କର୍ମର କିଛି ଭିଡିଓ ଅଭିଯୁକ୍ତମାନେ ସୋସିଆଲ ମିଡିଆରେ ସେୟାର କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ଯାହା ପରେ ପୀଡ଼ିତାଙ୍କ ପରିବାରକୁ ଜଣା ପଡ଼ିବା ପରେ ସେମାନେ ଏବେ ୫ଜଣ ଅଭିଯୁକ୍ତଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି । ୫ଜଣଙ୍କ ମଧ୍ୟରେ ସ୍କୁଲର ଶିକ୍ଷକ ମଧ୍ୟ ସାମିଲ ଥିବା ଜଣା ପଡ଼ିଛି ।

timesnownews.com

ସୂଚନା ମୁତାବକ, ଏକ ଯୌଥ ପରିବାରରେ ରହୁଥିଲେ ପୀଡ଼ିତା । ସେ ପାଠ ପଢ଼ାରେ ଭଲ ଥିବା ବେଳେ ତାଙ୍କ ଦାଦାଙ୍କ ପୁଅମାନେ ପରୀକ୍ଷାରେ ସବୁ ବେଳେ ଅସଫଳ ହେଉଥିଲେ । ଯାହା ପାଇଁ ଘରେ ସେମାନଙ୍କୁ ଗାଳି କରାଯାଉଥିଲା । ବାରମ୍ବାର ଏପରି ହେବାରୁ ରାଗି ଯାଇ ପୀଡ଼ିତାଙ୍କ ୪ଜଣ ସଂପର୍କୀୟ ଭାଇ ଏବଂ ଜଣେ ଶିକ୍ଷକ ମିଶି ତାଙ୍କୁ ଦୁଷ୍କର୍ମ କରିବାକୁ ଚିନ୍ତା କରିଥିଲେ । ସ୍କୁଲର ଖାଇବା ଛୁଟି ସମୟରେ ପୀଡ଼ିତାଙ୍କୁ ନିଶା ଦେଇ ତାଙ୍କ ସହ ୫ଜଣ ଦୁଷ୍କର୍ମ କରୁଥିଲେ । କିନ୍ତୁ ପୀଡ଼ିତାଙ୍କ ଚେତା ଫେରିବା ପରେ ତୁମେ ଅଚେତ ହୋଇ ଯାଇଥିବାରୁ ତୁମକୁ ଷ୍ଟାଫ୍‌ ରୁମ୍‌ ନେଇ ଆସିଥିଲୁ ବୋଲି କହୁଥିଲେ ଅଭିଯୁକ୍ତ । ଯାହାଦ୍ୱାରା ପୀଡ଼ିତା କିଛି ବି ଜାଣି ପାରୁ ନଥିଲେ । କିନ୍ତୁ ଅଭିଯୁକ୍ତମାନେ ପ୍ରତିଥର କରିଥିବା ଭିଡିଓକୁ ପରିବାରର ହ୍ଵାଟସଆପ୍‌ ଗ୍ରୁପରେ ଛାଡ଼ିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର