ଡ୍ୟୁଟି ସରିବା ପରେ ଅଚେତ ଥିବା ମହିଳାଙ୍କୁ ଡ଼ାକ୍ତରଖାନାରେ ବନ୍ଦ କରି ଚାଲିଗଲେ କର୍ମଚାରୀ, ପରେ ଘଟିଲା ଏଭଳି ଘଟଣା

ମୁଜାଫରନଗର : ଉତ୍ତରପ୍ରଦେଶର ମୁଜାଫରନଗରରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଏକ ଡ଼ାକ୍ତରଖାନାର କର୍ମଚାରୀ ଅଚେତ ଥିବା ମହିଳାଙ୍କୁ ରୁମ୍‌ ଭିତରେ ବନ୍ଦ କରି ଚାଲିଯିବା ପରେ ଯାହା ଘଟିଥିଲା, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ମହିଳାଙ୍କ ଚେତା ଫେରିବା ପରେ ସେ ନିଜକୁ ବନ୍ଦ ଘର ଭିତରେ ଦେଖି ଚିତ୍କାର କରିବାକୁ ଲାଗିଥିଲେ । ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଏହାର ସୂଚନା ପ୍ରଶାସନକୁ ଦେବା ପରେ ପୁଲିସ ଅଧିକାରୀମାନେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ଏଥିପାଇଁ ଦାୟୀ ଥିବା କର୍ମଚାରୀଙ୍କୁ ନିଲମ୍ବିତ କରାଯିବା ସହ ୪ଜଣ କର୍ମଚାରୀଙ୍କ ବଦଳି କରାଯାଇଥିବା ଜଣାପଡ଼ିଛି ।

sciencenordic.com

ସୂଚନା ମୁତାବକ, ମୁଜାଫରପୁରର ଫଲଓ୍ଵାଦା ଗାଁରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ସୋନିଆ ନାମକ ୩୦ବର୍ଷୀୟ ମହିଳା ଚିକିତ୍ସିତ ଥିଲେ । ସେ ଅଚେତ ଅବସ୍ଥାରେ ପଡ଼ିଥିବା ବେଳେ ଡ଼ାକ୍ତରଙ୍କ ସମେତ ଅନ୍ୟ କର୍ମଚାରୀମାନେ ତାଲା ପକାଇ ଘରକୁ ଚାଲି ଯାଇଥିଲେ । ପରେ ଚେତା ଫେରିବାରୁ ମହିଳାଜଣଙ୍କ ନିଜକୁ ବନ୍ଦ ଘରେ ଦେଖି ଡ଼ରିଯିବା ସହ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ପାଟି ଶୁଣି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ବାହାର କରିଥିଲା । ଏ ନେଇ ଆନ୍ଦୋଳନ ହେବାରୁ ତାଲା ପକାଇଥିବା କର୍ମଚାରୀଙ୍କୁ ନିଲମ୍ବିତ କରାଯିବା ସହ ଅନ୍ୟ ୪ଜଣ କର୍ମଚାରୀଙ୍କ ବଦଳି କରାଯାଇଛି ।

ସମ୍ବନ୍ଧିତ ଖବର