ବାପା କରୁଥିଲା ଦୁଷ୍କର୍ମ,ମା’ ଦେଉଥିଲା ଗର୍ଭପାତ କରିବାର ଔଷଧ ! ୧୫ବର୍ଷ ପରେ ଏଭଳି ବର୍ବର କାଣ୍ଡର ଖୁଲାସା କଲେ ପୀଡ଼ିତା

ଲକ୍ଷ୍ନୌ : ୧୫ବର୍ଷ ଧରି ନିଜ ଝିଅ ସହ ବାପା ଦୁଷ୍କର୍ମ କରିବା ଭଳି ବର୍ବର କାଣ୍ଡ ସାମ୍ନାକୁ ଆସିଛି । ଏଭଳି ଅମାନବୀୟ କାଣ୍ଡ ଘଟିଛି ଉତ୍ତରପ୍ରଦେଶର ଲକ୍ଷ୍ନୌରେ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ପୀଡ଼ିତାଙ୍କ ଜନ୍ମ କଲା ମା’ ସବୁ ଜାଣି ମଧ୍ୟ ୧୫ବର୍ଷ କାଳ ଚୁପ୍‌ ରହିଥିଲେ । ଅନେକ ସମୟରେ ତାଙ୍କ ମା’ ଗର୍ଭପାତ କରିବାକୁ ଔଷଧ ମଧ୍ୟ ଦେବା ଭଳି ଅବିଶ୍ୱସନୀୟ ଘଟଣା ଉପରୁ ଏବେ ପରଦା ଉଠାଇଛନ୍ତି ୨୧ବର୍ଷୀୟା ପୀଡ଼ିତା । ଅଭିଯୁକ୍ତ ବାପା ପୀଡ଼ିତାଙ୍କ ସାନ ଭଉଣୀଙ୍କ ସହ ମଧ୍ୟ ଦୁଷ୍କର୍ମ କରିବାକୁ ଚିନ୍ତା କରୁଥିବା ଜାଣି ପୀଡ଼ିତା ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ଏବେ ପୀଡ଼ିତାଙ୍କ ଅଭିଯୋଗକ୍ରମେ ଉଭୟ ବାପା-ମା’ଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ମା’କୁ ଗିରଫ କରିଛି ପୁଲିସ ।

Image result for raped
The Hans India

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ମୋତେ ୬ ବର୍ଷ ହୋଇଥିବା ବେଳେ ମୋ ବାପା ମୋ ସହ ଦୁଷ୍କର୍ମ କରିବା ଆରମ୍ଭ କରିଥିଲେ । ସେ ସମୟରେ ମୁଁ କିଛି ବୁଝି ପାରୁ ନଥିଲି । ବୁଝିବାର ହେବା ବେଳକୁ ଅନେକ ଥର ମୋ ସହ ଦୁଷ୍କର୍ମ ହୋଇ ସାରିଥିଲା । ମୋ ମା’ଙ୍କୁ ସବୁ ଜଣାଥିବା ବେଳେ ସେ ମୋତେ ଅନେକ ସମୟରେ ଗର୍ଭପାତ କରିବା ପାଇଁ ଔଷଧ ଦେଉଥିଲେ । ଏହା ମୋର ଭାଗ୍ୟ ବୋଲି ଆଦରି ନେବା ସହ ପାଟି ଖୋଲିବି ନାହିଁ ବୋଲି ନିଷ୍ପତ୍ତି ନେଇଥିଲି । କିନ୍ତୁ ମୋ ସାନ ଭଉଣୀ ସହ ମଧ୍ୟ ସେଭଳି ହେବାକୁ ଯାଉଥିବା ଜାଣି ମୁଁ ଘରୁ ଲୁଚି ପଳାଇ ଆସିବା ସହ ଏକ ଏନ୍‌ଜିଓ ସଂସ୍ଥାକୁ ସାହାଯ୍ୟ ମାଗିଥିଲି । ସେମାନେ ମୋତେ ପୁଲିସ ଷ୍ଟେସନ ନେବା ସହ ମୋ ଅଭିଯୋଗ ପାଇ ପୁଲିସ ମୋ ଭଉଣୀକୁ ଘରୁ ଉଦ୍ଧାର କରିଥିଲା ।

ସମ୍ବନ୍ଧିତ ଖବର