୯ବର୍ଷୀୟା ଦଳିତ ନାବାଳିକାକୁ ଦୁଷ୍କର୍ମ କରାଯିବା ପରେ ଦଣ୍ଡ ଦେବା ପରିବର୍ତ୍ତେ ପରିବାରକୁ ପୁଲିସରେ ଅଭିଯୋଗ କରିବାକୁ ରୋକିଲା ପଞ୍ଚାୟତ

ଡେରାଡୁନ୍‌ : ଠେରୀ ଜିଲ୍ଲାରେ ଜଣେ ୯ବର୍ଷୀୟା ଦଳିତ ନାବାଳିକା ସହ ଦୁଷ୍କର୍ମ କରାଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟ କଲାଭଳି କଥା ହେଉଛି, ନ୍ୟାୟ ଦେବାକୁ ଥିବା ପଞ୍ଚାୟତ ନ୍ୟାୟ କରିବା ପରିବର୍ତ୍ତେ ପୀଡ଼ିତାଙ୍କ ପରିବାରକୁ ଏ ସଂପର୍କରେ ପୁଲିସରେ ଅଭିଯୋଗ କରିବାକୁ ଅଟକାଇଥିଲେ । କିନ୍ତୁ ୭ଘଣ୍ଟା ପରେ ପୀଡ଼ିତାଙ୍କ ପରିବାର ଘରୁ ବାହାରି ପୁଲିସରେ ଅଭିଯୋଗ କରିବାରେ ସଫଳ ହୋଇଥିଲେ । ଅଭିଯୋଗ ପାଇ ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଥିବା ଜଣା ପଡ଼ିଛି ।

Daily Times

ସୂଚନା ମୁତାବକ, ଅଭିଯୁକ୍ତ ନୀତିନ ସିଂହ ପଓ୍ଵାର ମିଠା ଦେବା ବାହାନାରେ ନିଜ ମିଠା ଦୋକାନକୁ ଡ଼ାକି ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ପରେ ପୀଡ଼ିତା ନିଜ ଘରକୁ ଯାଇ ମାତା-ପିତାଙ୍କୁ ପୂରା ଘଟଣା ଜଣାଇଥିଲେ । ଅଭିଯୁକ୍ତ ଉଚ୍ଚ ଜାତିର ହୋଇଥିବାରୁ ପଞ୍ଚାୟତ ଏହି ଘଟଣାକୁ ଦବାଇବା ପାଇଁ ଚେଷ୍ଟା କରିବା ସହ ପୀଡ଼ିତାଙ୍କ ପରିବାରକୁ ପୁଲିସରେ ଅଭିଯୋଗ କରିବାକୁ ରୋକିଥିଲେ । ୭ଘଣ୍ଟା ଅଟକ ରହିବା ଦ୍ୱାରା ପୀଡ଼ିତାଙ୍କ ପ୍ରାଥମିକ ଚିକିତ୍ସା ମଧ୍ୟ ହୋଇ ପାରି ନଥିଲା । ୭ଘଣ୍ଟା ପରେ ପୀଡ଼ିତାଙ୍କ ପରିବାର ପୁଲିସ ପାଖରେ ପହଞ୍ଚି ଅଭିଯୋଗ କରିବା ସହ ଡ଼ାକ୍ତରୀ ପରୀକ୍ଷା ପାଇଁ ପୀଡ଼ିତାଙ୍କୁ ଡୁନ୍‌ ହସ୍ପିଟାଲକୁ ନିଆଯାଇଥିଲା ।

ସମ୍ବନ୍ଧିତ ଖବର