ହରିଦ୍ବାର: ହରିଦ୍ବାରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଭଲ କରି ଦୁନିଆ ଦେଖି ନଥିବା ଭାଇର ଦେଖାଶୁଣା କରିବାରୁ ମୁକ୍ତି ପାଇବା ପାଇଁ ନାବାଳିକା ଭଉଣୀ କରିଥିବା କାମ ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମାତା-ପିତା ଦୁହେଁ କାମ ପାଇଁ ବାହାରକୁ ଚାଲି ଯାଉଥିବା ବେଳେ ନାବାଳିକାକୁ ଭାଇର ଯତ୍ନ ନେବାକୁ ପଡ଼ୁଥିଲା। ଯାହା ପାଇଁ ବିରକ୍ତ ହୋଇ ପ୍ରଥମେ କ୍ଷୀରରେ ନିଦ ଔଷଧ ଦେବା ସହ ପରେ ଏକ ବ୍ୟାଗରେ ଭର୍ତ୍ତି କରି ଗଙ୍ଗା ନଦୀରେ ଫିଙ୍ଗି ଦେଇଥିଲା ଭଉଣୀ। ଏ ନେଇ ପରିବାରେ ଲୋକେ ପୁଲିସରେ ଅଭିଯୋଗ କରିବା ପରେ ସିସିଟିଭି ଆଧାରରେ ପୁଲିସ ଘଟଣାର ପର୍ଦ୍ଦାଫାସ କରିଛି।
/sambad/media/post_attachments/4123fee5e924460fa19a996142a8aed41e7625628cfd4f0374536b3123abb1b9.jpg)
ମିଳିଥିବା ସୂଚନା ମୁତାବକ, ଜ୍ବାଲାପୁରର ପୀଠ୍ ବଜାରରେ ରହୁଥିବା ସୋନୁଙ୍କ ପୁଅ ହଠାତ୍ ନିଖୋଜ ହେବା ପରେ ପରିବାର ଲୋକେ ପୁଲିସରେ ଅପହରଣର ଅଭିଯୋଗ ଲେଖାଇଥିଲେ। ଅଭିଯୋଗ ପରେ ପୁଲିସ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ୩ ଦିନ ଯାଞ୍ଚ ପରେ କୌଣସି ସୂଚନା ନ ମିଳିବାରୁ ପରେ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରିଥିଲା ପୁଲିସ। ଯେଉଁଥିରେ ନାବାଳିକା ଭଉଣୀ ଏକ ବ୍ୟାଗ୍ ନେଇ ଗଙ୍ଗା ନଦୀକୁ ଫିଙ୍ଗୁଥିବା ଦେଖାଯାଇଥିଲା। ଘଟଣା ବିଷୟରେ ଅଭିଯୁକ୍ତ ଭଉଣୀକୁ ଅଟକ ରଖି ପଚରାଯିବା ପରେ ଦେଖାଶୁଣା କରି କରି ବିରକ୍ତ ହୋଇ ଯାଇଥିବାରୁ ମୁଁ ଏଭଳି କରିଛି ବୋଲି ସ୍ବୀକାର କରିଥିଲା ନାବାଳିକା ।