ହରିଦ୍ୱାର: ପୁଲିସ୍ କଳ୍ପନା କରିପାରି ନଥିବା ପରି ଘଟଣାଟିଏ ଘଟିଛି ହରିଦ୍ୱାରରେ। ରବିବାର ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ପରେ ଏକାଥରକେ ୫ ଜଣ ମହିଳା ଆସି ବ୍ୟକ୍ତି ଜଣଙ୍କୁ ତାଙ୍କ ସ୍ୱାମୀ ବୋଲି ଦାବି କରିଛନ୍ତି। ପ୍ରତ୍ୟେକ ମହିଳା ନିଜକୁ ମୃତକଙ୍କ ପତ୍ନୀ ବୋଲି କହିଥିବା ବେଳେ ଅନ୍ୟ ସମସ୍ତ ମହିଳାଙ୍କ ସଂପର୍କରେ ସେମାନେ କିଛି ଜାଣନ୍ତି ନାହିଁ ବୋଲି ଜଣାଇଛନ୍ତି। ମୃତକଙ୍କୁ ନେଇ ଏକ ହାଇଭୋଲ୍ଟେଜ୍ ଡ୍ରାମା ଚାଲିବା ପରେ ଶେଷରେ ତାଙ୍କର ଅନ୍ତମ ସଂସ୍କାର ହୋଇଛି। ଶବ ସତ୍କାର ପରେ ଆଉ ୨ ଜଣ ମହିଳା ଆସି ମୃତକଙ୍କ ପତ୍ନୀ ବୋଲି ଦାବି କରିଛନ୍ତି। ମୃତକଙ୍କର ୭ ଜଣ ପତ୍ନୀ ଥିବା ଧାରଣା ସୃଷ୍ଟି ହୋଇଛି।
ରବିଦାସ ବସ୍ତିର ବାସିନ୍ଦା ମୃତକ ପଓ୍ଵନ କୁମାର ଜଣେ ଗାଡ଼ି ଚାଳକ। ପୁଲିସ୍ ଦେଇଥିବା ସୂଚନା ମୁତାବକ ସେ ବିଷ ପିଇ ଜୀବନ ହାରିଛନ୍ତି। ରବିବାର ରାତିରେ ପଓ୍ଵନ କୁମାର ବିଷ ପିଇବା ପରେ ତାଙ୍କ ପତ୍ନୀ ତାଙ୍କୁ ନେଇ ହସ୍ପିଟାଲ୍ ଯାଇଥିଲେ। ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
/sambad/media/post_attachments/wp-content/uploads/2019/10/suicide-300x200.jpg)
ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ପଓ୍ଵନ କୁମାର ଗୁରୁତର ଭାବେ ଆର୍ଥିକ ସଂକଟ ଦେଇ ଗତି କରୁଥିଲେ। ତାଙ୍କର ବିଶେଷ କାହା ସହ ସାମାଜିକ ସଂପର୍କ ନଥିଲା। ଟଙ୍କା ଅଭାବ ପଡ଼ିଲେ ସେ କାହାଠାରୁ ସାହାଯ୍ୟ ବି ନେଇ ପାରୁନଥିଲେ। ସବୁବେଳେ ଦାରିଦ୍ରତା ପାଇଁ ଚିନ୍ତାରେ ରହି ରହି ଶେଷରେ ଆତ୍ମହତ୍ୟା ବାଟ ଆପଣେଇଛନ୍ତି।