ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମହାକୁମ୍ଭରେ ପହଞ୍ଚୁଛନ୍ତି। ଏହି କାରଣରୁ ଉତ୍ତରପ୍ରଦେଶର ଅଧିକାଂଶ ରେଳ ଷ୍ଟେସନରେ ପାଦ ରଖିବା ପାଇଁ ମଧ୍ୟ ସ୍ଥାନ ନାହିଁ।
ଏଭଳି ଭିଡ଼ ସମୟରେ ଯାତ୍ରୀମାନେ ଯେକୌଣସି ଉପାୟରେ ଯାତ୍ରା କରି ମହାକୁମ୍ଭରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି।
ଅଧିକପଢ଼ନ୍ତୁ:ରାଷ୍ଟ୍ରପତି ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରିବେ, କାରଣ କ’ଣ ଜାଣନ୍ତୁ
ଏହି ଭିଡିଓରେ ଦେଖିବାକୁ ମିଳୁଛି, ଷ୍ଟେସନରେ ଯାତ୍ରୀଙ୍କ ପ୍ରବଳ ଭିଡ଼ ଲାଗିଛି। କିଏ କେମିତି ଟ୍ରେନରେ ଆଗେ ଚଢ଼ିବେ ସେଥିପାଇଁ ବ୍ୟସ୍ତ ହୋଇଯାଉଛନ୍ତି। ଏଭଳି ସମୟରେ କିଛିଯାତ୍ରୀ ଲୋକୋ ପାଇଲଟଙ୍କ କ୍ୟାବିନ ଖୋଲି ସେଠାରେ ବସି ଭିତରୁ ଦ୍ୱାର ବନ୍ଦ କରିଦେଇଥିବାର ଦେଖିବାକୁ ମିଳୁଛି।
ये तो हाल है रेलवे का. यात्री ट्रेन के इंजन में घुसे जा रहे हैं. तस्वीर वाराणसी की है.
— Priya singh (@priyarajputlive) February 9, 2025
यह महाकुंभ स्पेशल ट्रेन का हाल है. यात्रियों ने इंजन में घुस पॉयलट के जगह पर क़ब्ज़ा कर लिया .फिर जैसे तैसे RPF ने इन जबरन घुसे यात्रियों को बाहर निकाला. pic.twitter.com/CD94RG77lU
ଯେତେବେଳେ ଲୋକୋପାଇଲଟ କ୍ୟାବିନ ପାଖକୁ ଆସି ଦ୍ବାର ଖୋଲିବାକୁ କହୁଛନ୍ତି କେହି ବି ଦ୍ବାର ଖୋଲି ନଥିଲେ। ଏହାପରେ ଲୋକୋପାଇଲଟ ବାଧ୍ୟ ହୋଇ ଜିଆରପି ପୁଲିସକୁ ଡକାଇଥିଲେ।
ଅଧିକପଢ଼ନ୍ତୁ:୨ୟ ଦିନିକିଆ: ଇଂଲଣ୍ଡର ବ୍ୟାଟିଂ ଜାରି..., ଗୋଟିଏ କ୍ଲିକରେ ଜାଣନ୍ତୁ ଖବର
ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକୋପାଇଲଟଙ୍କ କ୍ୟାବିନରୁ ଚଢ଼ିଥିବା ଯାତ୍ରୀଙ୍କୁ ଓହ୍ଲାଇ ଥିଲା। ଏହାପରେ ଲୋକୋପାଇଲଟ ଟ୍ରେନରେ ଚଢ଼ି ତାଙ୍କ ଯାତ୍ରା ଆଗକୁ ବଢ଼ାଇଥିଲେ।