ରୋଷେଇ କରୁନଥିବାରୁ ବିଷ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ବାରାଣସୀ: ରୋଷେଇ କରୁନଥିବାରୁ ବିଷ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ୟୁପିର ବାରାଣସୀରେ। ସ୍ତ୍ରୀ କଥା ମାନୁନଥିବା ସହ ରୋଷେଇ କରୁନଥିବାରୁ ନିଜ ସାଙ୍ଗମାନଙ୍କ ସହ ମିଶି ସ୍ତ୍ରୀକୁ ହତ୍ୟା କରିଥିବା ପୁଲିକୁ କହିଛି ଅଭିଯୁକ୍ତ ସ୍ବାମୀ। ଏହି ଘଟଣାକୁ ନେଇ ପୁଲିସ ଅଭିଯୁକ୍ତ ସ୍ବାମୀ ଓ ତା’ର ଜଣେ ସାଙ୍ଗକୁ ଗିରଫ କରିଥିବା ବେଳେ ଅନ୍ୟଜଣେ ସାଙ୍ଗ ଫେରାର ଥିବା ଜଣାପଡ଼ିଛି।

ବାରାଣସୀ ଗ୍ରାମୀଣ ପୁଲିସ ଅଧୀକ୍ଷକ ସୂର୍ଯ୍ୟକାନ୍ତ ତ୍ରିପାଠୀ କହିଛନ୍ତି ଯେ ଜୁନ୍ ୫ରେ ଜୌନପୁରରେ ରୁମାନ ନାମକ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ବାରାଣସୀର କପସେଠୀ ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ପାଇ ପୁଲିସ ତଦନ୍ତ କରିବା ପରେ ଅନୁସନ୍ଧାନରୁ ଜଣାପଡିଥିଲା ଯେ ମହିଳାଙ୍କୁ ତାଙ୍କ ସ୍ୱାମୀ ଅର୍ଜୁନ ସିଂ ଏବଂ ତାଙ୍କର ଦୁଇ ବନ୍ଧୁ ଦୀପକ ଗୁପ୍ତା ଓ ଚନ୍ଦ୍ରକେଶ ଯାଦବ ହତ୍ୟା କରିଛନ୍ତି। ଏହା ସହ ହତ୍ୟାରେ ବ୍ୟବହୃତ କରାଯାଇଥିବା ବାଇକ ଉଦ୍ଧାର କରାଯାଇଥିଲା। ଅଭିଯୁକ୍ତ ସ୍ୱାମୀ ଏବଂ ତାଙ୍କ ସହଯୋଗୀ ଦୀପକଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣେ ସହଯୋଗୀ ଚନ୍ଦ୍ରକେଶ ଯାଦବ ଏବେ ଫେରାର ଅଛନ୍ତି।

ପୁଲିସ କହିବା ମୁତାବକ, ମୃତକ ମହିଳା ଓ ତାଙ୍କ ସ୍ବାମୀ ଆଜମଗଡ଼ରେ ରହୁଥିଲେ ବି ଘଟଣା ଦିନ ଅଭିଯୁକ୍ତ ନିଜ ସ୍ତ୍ରୀଙ୍କୁ ଜୌନପୁର ନେଇଥିଲେ। ସେଠାରେ ପତ୍ନୀଙ୍କୁ ଖାଇବାରେ ବିଷ ମିଶାଇ ଦେବା ସହ ସ୍ତ୍ରୀ ଅଚେତ ହେବା ପରେ ତକିଆରେ ମୁହଁ ଚାପି ତାଙ୍କୁ ହତ୍ୟା କରିଥିଲେ। ଏଥିରେ ଅର୍ଜୁନଙ୍କୁ ସାହାଯ୍ୟ କରିଥିଲେ ତାଙ୍କର ଦୁଇ ବନ୍ଧୁ।

ସମ୍ବନ୍ଧିତ ଖବର