ଅସଦାଚରଣର ଶିକାର ହେବା ପରେ ଦୁଇ ପୁଲିସକର୍ମୀଙ୍କୁ ସାହାଯ୍ୟ ମାଗିଲେ ମହିଳା, ଜବାବ ମିଳିଲା; ୧୦୦ନମ୍ବର ଡାଏଲ କର

ମୁମ୍ବାଇ : ମୁମ୍ବାଇର ଏକ ଆଡ୍‌ଭର୍ଟାଇଜିଙ୍ଗ୍‌ ଏଜେନ୍ସିରେ କାମ କରୁଥିବା ଜଣେ ମହିଳା ଅସଦାଚରଣଣ ଶିକାର ହେବା ପରେ ପୁଲିସକୁ ସାମ୍ନାରେ ଦେଖି ଖୁସି ହୋଇ ଯାଇଥିଲେ । ତୁରନ୍ତ ଯାଇ ଠିଆ ହୋଇଥିବା ଦୁଇ ପୁଲିସକର୍ମୀଙ୍କୁ ନିଜ ସହ ଘଟିଥିବା ଘଟଣା ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଥିଲେ ମହିଳା । କିନ୍ତୁ ଜବାବରେ ତାଙ୍କୁ ୧୦୦ନମ୍ବର ଡାଏଲ କରିବା ପାଇଁ କୁହାଯାଇଥିଲା । ଏହା ଶୁଣି ପୀଡ଼ିତା ଆଶ୍ଚର୍ଯ୍ୟ ହେବା ସହ ଅନ୍ୟ କିଛି ବାଟ ନ ପାଇଁ ୧୦୦ନମ୍ବର ଡାଏଲ କରିଥିଲେ । କିନ୍ତୁ ପୁଲିସ ପହଞ୍ଚିବା ବେଳକୁ ପୀଡ଼ିତା ଘରକୁ ଯାଇ ସାରିଥିଲେ । ଘଟଣାଟି ବାନ୍ଦ୍ରାରେ ଘଟିଥିବା ବେଳେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ ପୀଡ଼ିତା ।

Thepost24

ଯାହା ପରେ ପୁଲିସକର୍ମୀ ଠିଆ ହୋଇଥିବା ଦୁଇ ପୁଲିସକର୍ମୀ ବାନ୍ଦ୍ରା ପୁଲିସ ଷ୍ଟେସନର ନୁହଁ ବୋଲି ସ୍ପଷ୍ଟ କରିଥିଲେ । ପୀଡ଼ିତାଙ୍କ ଅଭିଯୋଗ ଗ୍ରହଣ କରି ସିସିଟିଭିରେ ନଜର ଆସୁଥିବା ଦୁଇ ପୁଲିସକର୍ମୀ କେଉଁ ପୁଲିସ ଷ୍ଟେସନର ସେ ନେଇ ଖୋଜିବାରେ ଲାଗି ପଡ଼ିଛି ବାନ୍ଦ୍ରା ପୁଲିସ ।

ସମ୍ବନ୍ଧିତ ଖବର