ନିଜକୁ ନ୍ୟାୟ ଦେଲେ ଦୁଷ୍କର୍ମ ପୀଡ଼ିତା: ଅଭିଯୁକ୍ତର ଆଖିରେ କପଡ଼ା ବାନ୍ଧି କାଟିଲେ ଗଳା

ଚେନ୍ନାଇ: ଧମକ ଦେଇ ୪ବର୍ଷ ହେଲା ଶାରୀରିକ ସଂପର୍କ ରଖି ଆସୁଥିଲା ଅଭିଯୁକ୍ତ। ହେଲେ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଭାଇରାଲ କରିଦେବି ବୋଲି କହି ବ୍ଲାକ୍‌ମେଲ କରିବା ପରେ ପ୍ରତିଦିନର ସମସ୍ୟାକୁ ଶେଷ କରିବାର ନିଷ୍ପତ୍ତି ନେଇଥିଲେ ପୀଡ଼ିତା। ଏ ନେଇ ୫୪ବର୍ଷୀୟ ଅଭିଯୁକ୍ତର ଆଖିରେ ପୀଡ଼ିତା ପ୍ରଥମେ କପଡ଼ା ବାନ୍ଧିବା ସହ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଥିଲେ। ସୋମବାର ରାତିରେ ୫୪ବର୍ଷୀୟ ଯୁବକଙ୍କ ମୃତଦେହ ଏକ ଖେଳ ପଡ଼ିଆରୁ ଉଦ୍ଧାର ହେବା ପରେ ମଙ୍ଗଳବାର ପୁଲିସ ୨୪ବର୍ଷୀୟା ଯୁବତୀଙ୍କୁ ଗିରଫ କରିଥିବା ଜଣା ପଡ଼ିଛି।

ପୁଲିସର ସୂଚନା ମୁତାବକ, ପୀଡ଼ିତା ଅଭିଯୁକ୍ତ ଶେଖରର ଝିଅର ବନ୍ଧୁଥିଲେ। ପୀଡ଼ିତାଙ୍କ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ‌ଶେଖର ତାଙ୍କ ପରିବାରକୁ ସାହାଯ୍ୟ କରୁଥିଲେ। ସାହାଯ୍ୟ କରୁ କରୁ ସେ ଧିରେ ଧିରେ ପୀଡ଼ିତାଙ୍କ ଆଡ଼କୁ ଆକର୍ଷିତ ହେବା ସହ ତାଙ୍କ ସହ ଶାରୀରିକ ସଂପର୍କ ରଖିବା ଆରମ୍ଭ କରିଥିଲେ। ଏହା ସହ ପୀଡ଼ିତା ଯେମିତି ପାଟି ନ ଫିଟାନ୍ତୁ, ସେ ନେଇ ସମୟ ସମୟରେ ଅଭିଯୁକ୍ତ ତାଙ୍କୁ ବିଭିନ୍ନ ଉପହାର ଦେଉଥିଲେ। ୪ବର୍ଷ ପର୍ଯ୍ୟନ୍ତ ଘରର ଆର୍ଥିକ ପରିସ୍ଥିତିକୁ ଦେଖି ପୀଡ଼ିତା ଚୁପ୍ ରହିବା ପ‌ରେ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏ ବିଷୟରେ ଶେଖରକୁ ଜଣା ପଡ଼ିବା ପରେ ସେ ପୀଡ଼ିତାଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରିବାର ଧମକ ଦେଇଥିଲେ। ଶେଖରର ଧମକ ଶୁଣିବା ପରେ ପୀଡ଼ିତା ତାଙ୍କୁ ସୋମବାର ଘର ପାଖ ଖେଳ ପଡ଼ିଆକୁ ଡ଼ାକି ତାଙ୍କ ଆଖି ବନ୍ଦ କରିବା ସହ ଗଳା କାଟି ଦେଇଥିଲେ।

Image result for victim-of-sexual-assault-glues-predators-eyes-together-slits-his-throat-in-tamil-nadu
Times Now

ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ପୁଲିସରେ ସୂଚନା ଦେବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଏବେ ଯୁବତୀଙ୍କୁ ଗିରଫ କରି ପୁଲିସ ଜେଲ୍ ପଠାଇଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର