ପୁଲିସର ବର୍ବରତା: ଯେଉଁ ଦୁଷ୍କର୍ମ ପୀଡ଼ିତାଙ୍କୁ ସାହାଯ୍ୟ କରିଥିଲେ ତାଙ୍କୁ ହିଁ ପୁଣି ଥରେ ଦୁଷ୍କର୍ମ କଲେ ପୁଲିସ କର୍ମଚାରୀ

ହମିତପୁର : ଉତ୍ତରପ୍ରଦେଶର ହମିତପୁର ଠାରେ ଦେଖିବାକୁ ମିଳିଛି ପୁଲିସ ଅଧିକାରୀଙ୍କ ଦ୍ୱାରା ହୋଇଥିବା ଏକ ଅଭାବନୀୟ ଘଟଣା । ଜନୈକା ଦୁଷ୍କର୍ମ ପୀଡ଼ିତା ମହିଳାଙ୍କୁ ଯେଉଁ ପୁଲିସ୍‌ ଅଧିକାରୀ ସାହାଯ୍ୟ କରିଥିଲେ, ପରେ ସେଇ ପୁଲିସ ଅଧିକାରୀ ହିଁ ତାଙ୍କୁ ଦୁଷ୍କର୍ମ କରିଥିବା ଘଟଣା ବର୍ତ୍ତମାନ ସର୍ବସମ୍ମୁଖକୁ ଆସିଛି। ଅନ୍ୟପକ୍ଷରେ ସଂପୃକ୍ତ ପୁଲିସ ଅଧିକାରୀ ଜଣଙ୍କ ଏହି ଘଟଣାଟିର ଭିଡ଼ିଓ ପ୍ରସ୍ତୁତ କରି ପୀଡ଼ିତା ମହିଳାଙ୍କୁ ଭିଡିଓ ପ୍ରଘଟ କରାଇବାର ଧମକ ଓ ବନ୍ଧୁକର ଭୟ ଦେଖାଇ ତାଙ୍କୁ ଦୁଷ୍କର୍ମ କରୁଥିବା ସେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ , ଉତ୍ତରପ୍ରଦେଶର ହମିତପୁର ଜିଲ୍ଲାର ମୋହଦା ଥାନା ଅନ୍ତର୍ଗତ ଏକ ଅଞ୍ଚଳରେ ଏହି ଘଟଣାଟି ଘଟିିଛି । ଏଠାରେ ଜଣେ ମହିଳାଙ୍କ ସହିତ କିଛି ଦିନ ପୂର୍ବ ଦୁଷ୍କର୍ମ ହୋଇଥିଲା। ଯାହାକୁ ନେଇ ସେ ପୁଲିସଠାରେ ଅଭିଯୋଗ କରିଥିଲେ । ଏହି ମାମଲାର ତଦନ୍ତ ପୁଲିସ କର୍ମଚାରୀ ପୁରୁଷୋତ୍ତମ ନାରାୟଣ କରିଥିଲେ । ପୁରୁଷୋତ୍ତମ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିଥିଲେ। ଏହାପରେ ପୁରୁଷୋତ୍ତମଙ୍କର ପୀଡ଼ିତା ମହିଳାଙ୍କ ଘରକୁ ଚଳପ୍ରଚଳ ଅଧିକ ମାତ୍ରରେ ବୃଦ୍ଧି ପାଇଥିଲା । ଯାହାପରେ ଥରେ ମହିଳାଙ୍କୁ ଘରେ ଏକୁଟିଆ ପାଇ ପୁଲିସ ଅଧିକାରୀ ଜଣଙ୍କ ବନ୍ଧୁକ ମୁନରେ ମହିଳାଙ୍କ ସହିତ ଦୁଷ୍ମର୍ମ କରିଥିଲେ । ଏହା ସହ ପୁରୁଷୋତ୍ତମ ଘଟଣାଟିର ଏକ ଭିଡ଼ିଓ ପ୍ରସ୍ତୁତ କରିବା ସହ ତାକୁ ଦେଖାଇ ମହିଳା ଜଣଙ୍କୁ ଧମକ ଦେଇ ତାଙ୍କ ସହିତ ବାରମ୍ବାର ଦୁଷ୍କର୍ମ କରିଥିଲେ ।

News from Nadia

ମହିଳା ଜଣଙ୍କ ଘଟଣା ସଂପର୍କରେ ପୁଲିସରେ ଅଭିଯୋଗ କରିପାରୁ ନଥିଲେ। କାରଣ ସ୍ଥାନୀୟ ପୁଲିସ ମୁଖ୍ୟ ପୁରୁଷୋତ୍ତମ ରହିଥିଲେ । ପରେ ଉପାୟ ଶୂନ୍ୟ ହୋଇ ମହିଳା ଜଣଙ୍କ ହମିତପୁର ଏସପିଙ୍କୁ ଘଟଣା ସଂପର୍କରେ ଅବଗତ କରାଇଥିଲେ, ଯାହାପରେ ଘଟଣାଟି ସର୍ବସମ୍ମୁଖକୁ ଆସିଥିଲା । ବର୍ତ୍ତମାନ ମହିଳାଙ୍କୁ ଡ଼ାକ୍ତରୀ ପରୀକ୍ଷା ପାଇଁ ସ୍ଥାନୀୟ ଡ଼ାକ୍ତରଖାନାକୁ ପଠାଯାଇଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର