ନାଗ ସହ ଖେଳ ମହଙ୍ଗା ପଡ଼ିଲା: ବେକରେ ଗୁଡ଼ାଇଥିବା ସାପ ଚୋଟରେ ଗଲା ଯୁବକଙ୍କ ଜୀବନ

ବିଶାଖାପାଟନମ୍‌: ସାପ ସହ ଖେଳ ମହଙ୍ଗା ପଡ଼ିଲା। ବେକରେ ଗୁଡ଼ାଇ ଥିବା ନାଗ ଚୋଟରେ ଗଲା ଯୁବକଙ୍କ ଜୀବନ। ଘଟଣାଟି ହେଉଛି ଆନ୍ଧ୍ରପ୍ରଦେଶସ୍ଥିତ ନେଲୋରା ଜିଲ୍ଲାର ସୁଲୁରୁପେଟ ସହରର। ୨୪ ବର୍ଷିଅ ଯୁବକ ଜଗଦିଶ ନିଜ ବେକରେ ସାପ ଗୁଡ଼ାଇଥିବା ବେଳେ ସାପଟି ବୁଲି କରି ଚୋଟ ମାରିଦେବାରୁ ଯୁବକଙ୍କ ଜୀବନ ଯାଇଛି। ଏହି ସମୟର ଏକ ଭିଡିଓଟି ନିକଟରେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଜଗଦିଶ ସହରର ମଙ୍ଗଲମପାଡୁ ରାସ୍ତାରେ ଥିବା ଜଣେ ସାପ ଧରାଳିଙ୍କ ପାଖକୁ ଯାଇଥିବା ସମୟରେ ଏପରି ଘଟିଥିଲା। କେହି କେହି କହୁଛନ୍ତି କି ସେ ନିଜେ ବି ଜଣେ ସାପ ଧରାଳି। ଏପରିକି ତାଙ୍କ ପାଖରେ ସାପ ବିଷ କାଟିବା ପାଇଁ ଏକ ପ୍ରକାରର ସାମଗ୍ରୀ ଅଛି ବୋଲି ମଧ୍ୟ ସେ ସ୍ଥାନୀୟ ଲୋକଙ୍କୁ କହି ଆସୁଥିଲେ।

ସୋସିଆଲ୍‌ ମିଡିଆରେ ଘୂରି ବୁଲୁଥିବା ଏହି ଭିଡିଓଟିକୁ ଜଗଦିଶଙ୍କର ଜଣେ ବନ୍ଧୁ ସୁଟ୍‌ କରିଛନ୍ତି। ଦେଖିବାୁ ମିଳୁଛି ଯେ ସାପ ଧରାଳି ନିଜ ପେଡ଼ିରୁ ଏକ ନାଗ ସାପ କାଢୁଛନ୍ତି। ତା’ପରେ ଜଗଦିଶଙ୍କ ବେକରେ ସାପଟିକୁ ଗୁଡ଼ାଇଥିଲେ।

ସମ୍ବନ୍ଧିତ ଖବର