ବେଙ୍ଗାଲୁର: ବେଙ୍ଗାଲୁରର ପୁଲିସ୍ ଏକ ହନି ଟ୍ରାପ୍ ଗ୍ୟାଙ୍ଗ୍କୁ ଠାବ କରିଛି। ଦୁଇ ମହିଳାଙ୍କ ସମେତ ଏହି ଗ୍ୟାଙ୍ଗ୍ରୁ ସମୁଦାୟ ୪ ଜଣକୁ ଗିରଫ କରିଛି। ଏହି ରାକେଟ୍ର କିଙ୍ଗ୍ପିନ୍ ରାଘବେନ୍ଦ୍ର ଓ ରଘୁ ବୋଲି ପୁଲିସ୍ ଚିହ୍ନଟ କରିଛି। କର୍ଣ୍ଣାଟକର ବିଜେପି ବିଧାୟକଙ୍କର ଏକ ବିବାଦୀୟ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହି ହନି ଟ୍ରାପ୍ ଗ୍ୟାଙ୍ଗ୍ ପଛର ସତ ପଦାକୁ ଆସିଛି।
ବ୍ଲାକ୍ମେଲ୍ର ଟଙ୍କା ନଦେଲେ ବିଧାୟକଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଅପ୍ଲୋଡ କରିବା ପାଇଁ ଧମକ ଦେବା ପରେ ବିଧାୟକ ପୁଲିସ୍ରେ ଅଭିଯୋଗ ଆଣିଥିଲେ। ପୁଲିସ୍ ଏହି ହନି ଟ୍ରାପ୍ ଗ୍ୟାଙ୍ଗକୁ ଟାର୍ଗେଟ କରିଥିବା ବେଳେ ଶେଷରେ ଧରିବାରେ ସମର୍ଥ ହୋଇଛି।
ଏହି ଗ୍ୟାଙ୍ଗ୍ର ସଦସ୍ୟମାନେ ହାଇ ପ୍ରୋଫାଇଲ୍ ଲୋକଙ୍କୁ ଟାର୍ଗେଟ କରୁଥିବା ପୁଲିସ୍ ସୂୂଚନା ଦେଇଛି। ବିଶେଷ କରି ରଜନେତାମାନଙ୍କର ଅନ୍ତରଙ୍ଗ ମୁୁହୂର୍ତ୍ତର ଭିଡିଓ କରି ଟଙ୍କା ମାଗି ବ୍ଲାକ୍ମେଲ୍ କରିଥାନ୍ତି। କିଙ୍ଗ୍ପିନ୍ ରାଘବେନ୍ଦ୍ର ପଞ୍ଚ ତାରକା ହୋଟେଲ୍ରେ ଏହି ଡିଲ୍ ଫାଇନାଲ୍ କରିଥାଏ ବୋଲି ସୂଚନା ଦେଇଛି।