କମ୍ପାଉଣ୍ଡର ଦେଉଥିଲା ବେହୋସୀ ଔଷଧ, ମହିଳା ରୋଗୀଙ୍କୁ ଡାକ୍ତର କରୁଥିଲା ଦୁଷ୍କର୍ମ: କମ୍ପାଉଣ୍ଡର ମୋବାଇଲରୁ ମିଳିଲା ୧୩୫ଟି ଅଶ୍ଳୀଳ ଭିଡିଓ

ବଡ଼ୋଦରା : ଗୁଜୁରାଟର ବଡ଼ୋଦରାରୁ ଜଣେ ଡାକ୍ତରଙ୍କୁ ଗିରଫ କରିଛି ପୁଲିସ। ସେ କମ୍ପାଉଣ୍ଡରଙ୍କ ସହ ମିଶି ଚିିକିତ୍ସା ପାଇଁ ଆସୁଥିବା ମହିଳାମାନଙ୍କୁ ଦୁଷ୍କର୍ମ କରୁଥିଲେ । ଔଷଧ ଦେବା ବାହାନାରେ କମ୍ପାଉଣ୍ଡର ରୋଗୀଙ୍କୁ ବେହୋସ ଔଷଧ ଦେଉଥିଲା । ଏହା ପରେ ଯେତେବେଳେ ମହିଲା ରୋଗୀ ବେହୋସ ହେଇଯାଉଥିଲେ ତା’ପରେ ଡାକ୍ତର ତାଙ୍କ ସହ ଦୁଷ୍କର୍ମ କରୁଥିଲା ।

ଏତିକିରେ ଡାକ୍ତରଙ୍କ ମନ ଶାନ୍ତି ହେଉନଥିଲା, ଦୁଷ୍କର୍ମ କରୁଥିବା ସମୟରେ ସେ କମ୍ପାଉଣ୍ଡରଙ୍କୁ କହି ମୋବାଇଲରେ ସେହି ସମୟର ଭିଡିଓ  କରୁଥିଲା । କାରଣ ପରେ ଯେତେବେଳେ ମହିଲା ଜଣଙ୍କ ଆଉ ଥରେ ନିଜର ଚିକିତ୍ସା ପାଇଁ ଆସିବେ ଡାକ୍ତର ତାଙ୍କୁ ତାଙ୍କର ଆଶ୍ଳୀଳ ଭିଡିଓ ଦେଖାଇ ବ୍ଳାକମେଲିଂ କରିବା ସହ ଆଉ ଥରେ ଦୁଷ୍କର୍ମ କରିବ ।

କିପରି ସାମ୍ନାକୁ ଆସିଲା ଡାକ୍ତରଙ୍କ କଲା କାରନାମା:

ଅଭିଯୁକ୍ତ ଡାକ୍ତରଙ୍କ ଏହି ଖେଳରେ ସାମିଲ ଥିବା କମ୍ପାଉଣ୍ଡର ତା’ର ସାଙ୍ଗକୁ ଡାକ୍ତର ଯୋଶୀଙ୍କ ଏକ ଦୁଷ୍କର୍ମ ଭିଡିଓ ପଠାଇଥିଲା । ପରେ ଏହି ଭିଡିଓ ଭାଇରାଲ ହୋଇଯିବା ସହ ଗାଁର କିଛି ଯୁବକଙ୍କ ପାଖରେ ପହଞ୍ଚିଯାଇଥିଲା । ଏହା ପରେ ଭିଡିଓରେ ଥିବା ଯୁବତୀଙ୍କ ପରିଚୟ ମିଳିଥିଲା ଓ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ କହିବା ଅନୁଯାୟୀ ଅଭିଯୁକ୍ତ ଡାକ୍ତର ପ୍ରତୀକ୍‌ ଯୋଶୀ ବଡ଼ୋଦରାର ଅନଗଡ ଗାଁ ରେ ନିଜର କ୍ଳିନିକ ଚଲାଉଥିଲା । ଘଟଣା ସାମ୍ନାକୁ ଆସିବା ପରେ ଦୁଷ୍ମର୍ମକାରୀ ଡାକ୍ତର ୧୦ ଦିନ ହେବ ଫେରାର ଥିଲା । ପୁଲିସ ଶନିବାର ଦିନ ଡାକ୍ତରକୁ ଗୁଜୁରାଟର ପଞ୍ଚମହଲ ଜିଲ୍ଲାରୁ ଗିରଫ କରିଛି ।

କମ୍ପାଉଣ୍ଡର ମୋବାଇଲରେ ଦୁଷ୍କର୍ମର ୪୬ଟି ଭିଡିଓ :
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତ କମ୍ପାଉଣ୍ଡରକୁ ଗିରଫ କରି ପଚରାଉଚରା କରିଥିଲା । ପୁଲିସ ସୂଚନା ମୁତାବକ ଅଭିଯୁକ୍ତ ଡାକ୍ତର ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ୪୬ଟି ଭିଡିଓ କମ୍ପାଉଣ୍ଡରର ମୋବାଇଲରୁ ମିଳିଥିଲା । ଏତିକି ନୁହେଁ, କମ୍ପାଉଣ୍ଡର ମୋଟ ୧୩୫ ଟି ଭିଡିଓ ବନାଇଥିବା ସ୍ୱୀକାର କରିଛି । ପୁଲିସ ଅଧିକ ତଥ୍ୟ ପାଇଁ ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର