ହ୍ଵାଟ୍‌ସଆପ୍‌ରେ ଭାଇରାଲ ହେଲା ନକଲି ନୋଟ ଛପାଖାନାର ଭିଡିଓ

ନୂଆଦିଲ୍ଲୀ : ୨୦୧୭ ଫେବୃଆରି ୨୦୧୭ରେ ଭାରତ-ବାଙ୍ଗ୍‌ଳାଦେଶ ସୀମାକୁ ପଶ୍ଚିମବଙ୍ଗର ମାଲଦା ଜିଲ୍ଲା ଦେଇ ନକଲି ନୋଟର କାରବାର ହେଉଛି ବୋଲି ଖବର ପ୍ରକାଶ ପାଇଥିଲା । ସେହି ସମୟରେ ଦକ୍ଷିଣ ଦିଲ୍ଲୀର ଏକ ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ରୁ ନକଲି ନୋଟ ବାହାରିଥିବାର ଖବର ବି ଆସିଥିଲା । କିନ୍ତୁ ସେହି ନୋଟମାନଙ୍କରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବଦଳରେ ଚିଲ୍‌ଡ଼୍ରେନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଲେଖା ଯାଇଥିବା ବେଳେ ଗ୍ୟାରେଣ୍ଟଡ଼୍‍ ବାଏ ସେଣ୍ଟ୍ରାଲ ବ୍ୟାଙ୍କ ବଦଳରେ ଗ୍ୟାରେଣ୍ଟଡ଼୍‍ ବାଏ ଚିଲ୍‌ଡ଼୍ରେନ ବ୍ୟାଙ୍କ ଲେଖା ଯାଇଥିଲା ।

କିନ୍ତୁ ଏବେ ବି ବାଂଲାଦେଶରେ ଛପା ଯାଉଥିବା ନକଲି ନୋଟର ଡ଼ର ଲୋକମାନଙ୍କ ମନରେ ରହିଛି । ଡ଼ିସେମ୍ବର ୨୭,୨୦୧୭ ରେ ବାଂଲାଦେଶ ପୁଲିସ ନକଲି ନୋଟ ଛପା କାରଖାନା ଉପରେ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ଏକ ମିଲିୟନ ନକଲି ନୋଟ ଏବଂ ଏହାକୁ ତିଆରି କରୁଥିବା ଯନ୍ତ୍ରପାତିକୁ ଜବତ କରିଥିଲା । କିନ୍ତୁ ଗତ ଶନିବାର ପୁଣି ଏକ ନକଲି ନୋଟ କାରଖାନାର ଭିଡ଼ିଓ ଭାଇରାଲ ହୋଇଛି । ଯାହାକୁ ଦେଖିବା ପରେ ସାଧାରଣ ଲୋକଙ୍କ ମନରେ ନକଲି ନୋଟକୁ ନେଇ ଭୟ ସୃଷ୍ଟି ହୋଇଛି । ତେବେ ଏହି ଭିଡ଼ିଓକୁ କେଉଁଠି ଉତ୍ତୋଳନ କରାଯାଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏହି ଭିଡ଼ିଓରେ ଦେଖା ଯାଇଥିବା ୨୦୦ଟଙ୍କିଆ ନୋଟରେ ମନୋରଞ୍ଜନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଲେଖାଯାଇଥିବା ବେଳେ ୫୦ଟଙ୍କିଆ ନୋଟରେ ହିନ୍ଦୀରେ ଚିଲ୍‌ଡ଼୍ରେନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଲେଖା ଯାଇଥିବା ଦେଖିବାକୁ ମିଳିଛି ।

India Today

ଉଲ୍ଳେଖଯୋଗ୍ୟ କି, ଦେଶକୁ କଳାଧନ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭଲ ପଦକ୍ଷପ ନେଇଥିଲେ । ନଭେମ୍ବର ୮,୨୦୧୬ରେ ଦେଶକୁ ଦୁର୍ନିତି ମୁକ୍ତ କରିବା ପାଇଁ ବିମୁଦ୍ରାକରଣର ବାଟ ଆପଣାଇ ଥିଲେ । କିନ୍ତୁ ଏଥି ପାଇଁ ସାଧାରଣ ଲୋକମାନଙ୍କୁ ହଟ ହଟା ହେବାକୁ ପଡ଼ିଥିଲା । ଟଙ୍କାର ଅଭାବ ଲୋକମାନଙ୍କ ପାଖରେ ଦେଖା ଯିବା ସହ ନୂଆ ଟଙ୍କାକୁ ଆଣିବା ପାଇଁ ଲମ୍ବା ଲାଇନ୍‌ରେ ଠିଆ ହୋଇ ପ୍ରାୟ ୧୦୦ ଜଣ ଲୋକ ପ୍ରାଣ ହରାଇଥିଲେ । ଏହା ପରେ ପରେ ନୂଆ ୨,୦୦୦ଟଙ୍କାକୁ ଉନ୍ମୋଚନ କରାଗଲା । କିନ୍ତୁ କିଛି ଦିନ ପରେ ଠିକ୍‌ ଭାରତୀୟ ନୋଟ ଭଳି ଦେଖାଯଉଥିବା କିଛି ନକଲି ନୋଟ ବଜାରରେ ଦେଖିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର