ଶ୍ରୀନଗର: ଜମ୍ମୁ-କଶ୍ମୀରର ଏକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ ଜଣେ ଶିକ୍ଷକଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ଭାଇରାଲ୍ ହୋଇଥିବା ଭିଡିଓଟିରେ ଦୋଡ଼ା ଜିଲ୍ଲାର ଏକ ସ୍କୁଲ୍ର ଶିକ୍ଷକ ତାଙ୍କ ଛାତ୍ରମାନଙ୍କୁ ମାଡ଼ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓଟି ଭାଇରାଲ୍ ହେବା ପରେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି।
ପିଲାମାନେ କ୍ଲାସ୍ ପାଇଁ ୧୦ ମିନିଟ୍ ବିଳମ୍ବ ହେବା ହେତୁ ଶିକ୍ଷକ ଜଣକ ସେମାନଙ୍କୁ ବାଡ଼ଉ ଥିବାର ଦେଖିବାକୁ ମିଳିଛନ୍ତି। ଭିଡିଓଟି ଭାଇରାଲ୍ ହେବା ପରେ ଶିକ୍ଷକ ତାଙ୍କ ଦୋଷ ସ୍ୱୀକାର କରିଛନ୍ତି।
Video from Gujjar Hostel Doda. This happen when you belong to BPL families. When you can’t effort expenses for studies. Childrens of Gujjar bakerwal belonging to BPL familes facing hard ship & Physical harassment @islahmufti@rifatabdullahh@shahfaesal@listenshahid@szaffariqbalpic.twitter.com/jjMHjqUDvi
— Guftar Ahmed (@GuftarAhmedCh) June 19, 2019
ନିକଟରେ ମେ ୧୬ ତାରିଖରେ କଶ୍ମୀର ଉପତ୍ୟାକାର ଅନନ୍ତନାଗ ଜିଲ୍ଲାରେ ଅନ୍ୟ ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଭିଡିଓରେ ପିଲାମାନେ ଶିକ୍ଷକଙ୍କ କାର୍ ଧୋଉଥିବାର ଦେଖିବାକୁ ମିଳିଥିଲା। ଏହି ଭିଡିଓଟି ଭାଇରାଲ୍ ହେବା ପରେ ଶିକ୍ଷକଙ୍କୁ ସ୍କୁଲ୍ରୁ କାଢ଼ି ଦିଆଯାଇଥିଲା।