ବ୍ୟବସାୟୀଙ୍କୁ ବ୍ଲାକ୍‌ମେଲ୍‌, ଅଭିଯୁକ୍ତ ଗିରଫ

ସ୍ତ୍ରୀ ସହ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ଧମକ

ଖଣ୍ଡଗିରି: ଜଣେ ବ୍ୟବସାୟୀ ବନ୍ଧୁଙ୍କ ସହ ନିଜ ସ୍ତ୍ରୀର ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରାଇବାକୁ ଧମକ ଦେଇ ବ୍ୟବସାୟୀଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୁକ୍ତକୁ ମଙ୍ଗଳବାର ଖଣ୍ଡଗିରି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ସ୍ଥାନୀୟ ଖଣ୍ଡଗିରିବାରି ଅଞ୍ଚଳରେ ରହୁଥିବା ଅନନ୍ତ ମହାରଣା(୫୨)। ଅନନ୍ତ ଜଣେ ଇଭେଣ୍ଟ ମ୍ୟାନେଜର୍‌ ଓ ପୂର୍ବରୁ ତାଙ୍କ ନାମରେ ବିଭିନ୍ନ ପ୍ରକାର ଠକେଇ ଅଭିଯୋଗ ଥିବା ଜଣାପଡ଼ିଛି। ସେ ଜଣେ ଓ୍ଵାରେଣ୍ଟି ଓ ଏକଦା ପୁଲିସକୁ ଚକ୍‌ମା ଦେଇ ଚମ୍ପଟ ମାରିଥିଲା। ସୂଚନାନୁସାରେ ବରଗଡ଼ ଜିଲ୍ଲା ଅତାବିରା ଗୋଡ଼ଭଗାର ରାଇସ୍‌ ମିଲର୍‌ ନିତେଶ ଶର୍ମା ବ୍ୟବସାୟ କାମରେ ଭୁବନେଶ୍ୱରକୁ ଯା’ଆସ କରିବା ଭିତରେ ଅନନ୍ତଙ୍କ ସହ ସମ୍ପର୍କ ବଢ଼ିଥିଲା। ଏପରିକି ଅନନ୍ତ ତାଙ୍କୁ ବହୁଥର ଘରକୁ ଡାକିଛନ୍ତି। ଏମିତି ୫ବର୍ଷ ବିତିଯିବା ପରେ ହଠାତ୍‌ ଅନନ୍ତ ଏକ ଗୁରୁତର ଅଭିଯୋଗ ଆଣି ତାଙ୍କୁ ବ୍ଲାକମେଲିଂ କଲେ। ନିଜର ଦ୍ୱିତୀୟ ସ୍ତ୍ରୀଙ୍କ ସହ ନିତେଶଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଅଶ୍ଳୀଳ ଭିଡିଓକୁ ଭାଇରାଲ୍‌ କରିବେ ବୋଲି ଧମକ ଦେଇ ଟଙ୍କା ମାଗୁଥିଲେ।

ସମ୍ବନ୍ଧିତ ଖବର