ନୂଆଦିଲ୍ଲୀ: ବିଭିନ୍ନ ଦୁଷ୍କର୍ମ ମାମଲାକୁ ନେଇ ଦେଶବ୍ୟାପୀ ଅସନ୍ତୋଷର ନିଆଁ ଜଳୁଥିବା ବେଳେ ଏବେ ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୁକ୍ତମାନେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ଏହି ଘଟଣାର ଭିଡିଓ ୁ ହ୍ଵାଟ୍ସଆପ୍ ଯୋଗେ ଭାଇରାଲ କରିଥିବା ଜଣାପଡ଼ିଛି। ତେବେ ପୁଲିସ୍ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି। ମିଳିଥିବା ଖବର ମୁତାବକ, ଗତ ସୋମବାର ଦିନ ନାବାଳିକାଙ୍କ ପଡ଼ୋଶୀ ତିନି ଯୁବକ ତାଙ୍କୁ ଏକୁଟିଆ ଦେଖି ଦୁଷ୍କର୍ମ କରି ଭିଡିଓ ଉତ୍ତୋଳନ କରିଥିଲେ। ଏହି ଘଟଣା ସମ୍ପର୍କରେ କାହାରିକୁ କିଛି କହିଲେ ଭିଡିଓ ଭାଇରାଲ କରିଦେବାକୁ ଧମକ ମଧ୍ୟ ଦେଇଥିଲେ।
ଦିଲ୍ଲୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ: ହ୍ଵାଟ୍ସଆପ୍ରେ ଭିଡିଓ ଭାଇରାଲ, ୩ ଗିରଫ
/sambad/media/post_attachments/wp-content/uploads/2018/04/arrest-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)