ଭୁବନେଶ୍ୱର: ଜଣେ ଯୁବତୀଙ୍କ ସହ ପ୍ରଥମେ ଦୁଷ୍କର୍ମ। ନିଜକୁ ବଞ୍ଚାଇବା ପାଇଁ ଭଲପାଇବା ଆଳରେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକଡ କରିବା। ପୁଣି ଯୁବତୀଙ୍କୁ ଦୂରେଇ ରହିବା ପାଇଁ ଭିଡିଓ ଭାଇରାଲ ଓ ହତ୍ୟା ଧମକ ଦେବା। ଏଭଳି ଏକ ଅଭିଯୋଗ ହୋଇଛି ନୂଆପଲ୍ଲୀ ଥାନାରେ।
Sambad is now on WhatsApp
Join and get latest news updates delivered to you via WhatsApp
ଯୁବତୀ ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ୨୦୧୪ ମସିହାରେ ଯୁବତୀଙ୍କ ସହ ଯୁବକଙ୍କ ଭେଟ ହୋଇଥିଲା। ହେଲେ ଯୁବକ ଜଣଙ୍କ ଯୁବତୀଙ୍କ ଉପରେ ଲଲୁପୋଦୃଷ୍ଟି ପକାଇଥିଲା। ଯୁବତୀଙ୍କୁ ନିଜ ପାଲରେ ପକାଇବା ପାଇଁ ବିଭିନ୍ନ ସମୟରେ ଯୁବତୀ ଘରକୁ ଆସି ପାଠ ପଢ଼ିବା ଓ ନୋଟ୍ ନେବା ଆଳରେ ଯୁବତୀଙ୍କ ନିକଟତର ହେବାରେ ଲାଗିଥିଲା। ତେବେ ୨୦୧୪ ମସିହା ମଇ ୧୧ ତାରିଖରେ ଯୁବତୀଙ୍କ ଘରେ କେହନଥିବା ସୁଯୋଗ ପାଇ ଯୁବକ ଜଣଙ୍କ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା। ଯୁବତୀ ଜଣଙ୍କ ଏବିଷୟରେ ଘରେ କହିଦେବେ କହିବାରୁ ଯୁବକ ଜଣଙ୍କ ତାଙ୍କୁ ମନାକରିଥିଲା। ମୁଁ ତୁମକୁ ବହୁତ ଭଲପାଏ। ଆଉ ବିବାହ କରିବି ବୋଲି ଯୁବତୀଙ୍କୁ ପ୍ରତିଶ୍ରୁତି ଦେଇଥିଲା। କିଛିଦିନ ପରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ। ତେଣୁ ବିବାହ କରିବା ପାଇଁ ଯୁବକଙ୍କୁ କହିଥଇଲେ। ହେଲେ ଯୁବକ ଜଣଙ୍କ ଚତୁରତାର ସହ ପରେ ବିବାହ କରିବେ କହି ଯୁବତୀଙ୍କ ଗର୍ଭନଷ୍ଟ କରିଥିଲା। ଯୁବତୀ ଜଣଙ୍କ ଦୁଇ ଥର ଗର୍ଭନଷ୍ଟ କରିଥିଲେ ମଧ୍ୟ ଯୁବକ ଜଣଙ୍କ ବିବାହ ନକରି ଖାଲି ଭଣ୍ଡାଇ ଚାଲିଥିଲା। ଯୁବତୀ ଜଣଙ୍କ ବାରମ୍ବାର ବିବାହ କଥା କହିବାରୁ ଯୁବକ ଜଣଙ୍କ ତାଙ୍କୁ ହତ୍ୟା ଧମକ ଦେବା ସହ ତାଙ୍କ ପାଖରେ ଥିବା ଉଭୟଙ୍କ ଅନ୍ତରଙ୍ଗମୁହୂର୍ତ୍ତର ଭିଡିଓ ଓ ଫଟୋ ଭାଇରାଲ୍ କରିଦେବ ବୋଳି ଧମକ ଦେଇଥିଲା। ତେବେ ଯୁବତୀ ଜଣଙ୍କ ଉପାୟଶୂନ୍ୟ ହୋଇ ପରିବାରଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏନେଇ ଆଜି ଯୁବକଙ୍କ ପରିବାରଲୋକ ଆଜି ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।