ପୁଅର ଭୁଲ୍‌ ପାଇଁ ମାଆକୁ ନଗ୍ନ କରି ଗାଁ ରାସ୍ତାରେ ବୁଲାଇଲେ ଗ୍ରାମବାସୀ

ଜୟପୁର: ରାଜସ୍ଥାନର ରାଜସମନ୍ଦ ଜିଲ୍ଲାସ୍ଥିତ ଉପାଲି ଓଡାନ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳାଙ୍କୁ ଗ୍ରାମବାସୀ ନଗ୍ନ କରି ଗାଁ ରାସ୍ତାରେ ବୁଲାଇବା ସହ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ପୁଅ ଗାଁର ଏକ ଝିଅକୁ ନେଇ ଗାଁ ଛାଡ଼ି ପଳାଇବା ପରେ ଗ୍ରାମବାସୀ ମହିଳା ଜଣଙ୍କୁ ଏପରି ଦଣ୍ଡ ଦେଇଥିବା ଜାଣିବାକୁ ମିଳିଛି। ମହିଳା ଜଣକ ଏବେ ଗୁରୁତର ଅବସ୍ଥାରେ ନଥଦ୍ୱାରଠାରେ ଥିବା ଏବ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ମହିଳା ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ପୂର୍ବାହ୍ନ ୧୦.୩୦ରେ ଦଳ ବାନ୍ଧି କିଛି ଲୋକ ତାଙ୍କ ଘରକୁ ଆସିଥିଲେ। ୫ ଜଣ ମହିଳା ଓ ୩ ଜଣ ପୁରୁଷ ମିଶି ପ୍ରଥମେ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ମହିଳାଙ୍କ କେଶ ଘୋଷାରିବା ସହ ତାଙ୍କୁ ଗୋଇଠା ମାରିଥିଲେ ବୋଲି ମହିଳା ଜଣକ ଅଭିଯୋଗ ଆଣି କହିଛନ୍ତି।

NDTV.com

ସେତିକି ନୁହେଁ ସେମାନେ ମହିଳାଙ୍କୁ ଲୁହା ରଡ୍‌ ଓ ବାଉଁଶ ବାଡ଼ିରେ ବାଡ଼ୋଇବା ସହ ତାଙ୍କୁ ନଗ୍ନ କରି ଗାଁ ରାସ୍ତାରେ ଚଲାଇଥିବା ମହିଳା ଜଣକ ପୁଲିସ୍‌ରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର