ବରଗଡ଼/ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁରସ୍ଥିତ ରାଜବୋଡ଼ାସମ୍ବର ହାଇସ୍କୁଲରେ କାର୍ଯ୍ୟରତ ଏନ୍‌ସିସି ଶିକ୍ଷକ ମୋହନ ବନ୍‌ଛୋର ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ବୀରେନ୍ଦ୍ର ନାୟକ ଏବଂ ସମ୍ବଲପୁର ଭିଜିଲାନ୍ସ ଡିଏସ୍‌ପି ପରମେଶ୍ବର କିଷାନଙ୍କ ନେତୃତ୍ବରେ ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ ହୋଇଥିଲା। ଏଥିରେ ଶ୍ରୀ ବନଛୋରଙ୍କ କାର୍ଯ୍ୟାଳୟ, ପଦ୍ମପୁର ପ୍ରଗତି ବିହାରସ୍ଥିତ ବାସଭବନ, ବରିକେଲସ୍ଥିତ ତାଙ୍କ ପୈତୃକ ଓ ଶ୍ବଶୁର ଘର ସାମିଲ ଅଛି। ଶ୍ରୀ ବନ୍‌ଛୋରଙ୍କ ପ୍ରଗତି ବିହାରସ୍ଥିତ ବାସଭବନରୁ ହିଁ କୋଟିଏ ଟଙ୍କାରୁ ଅଧିକ ସଂପତ୍ତି ଠାବ ହୋଇଥିବା ଡିଏସ୍‌ପି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ବିଳମ୍ବିତ ସଂଧ୍ୟା ଯାଏଁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏବଂ ବ୍ୟାଙ୍କ କାଗଜପତ୍ର ଯାଂଚ ଚାଲିଥିଲା। ସଂପତ୍ତିର ମୋଟ୍‌ ଆକଳନ ଶୀଘ୍ର କରାଯିବ ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି।