ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ବର: ପଞ୍ଚାୟତ ରାଜ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଘରେ  ବୁଧବାର ସକାଳୁ ଭିଜିଲାନ୍ସ ଚଢାଉ ଆରମ୍ଭ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢାଉ କରିଥିବା ସୂଚନା ରହିିଛି।  ଏକାବେଳେ ୪ଟି ଜାଗାରେ ଚଢାଉ ଚାଲିଛି ।

କଟକ ଜିଲ୍ଲାର ବାରଙ୍ଗ ଥାନା ଅନ୍ତର୍ଗତ କୁହ୍ନେଇପଡ଼ାରେ ଥିବା ପ୍ରଭାତ ରାଉତଙ୍କ ୩ ମହଲାଯୁକ୍ତ ବାସଭବନ, କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକାର ତନେଇପଡ଼ାରେ ଥିବା ତାଙ୍କ ପୈତୃକ ଭାସଭବନ, କଟକ ଜିଲ୍ଲାର ଡମପଡ଼ାରେ ଥିବା ବ୍ଲକ୍‌ ଅଫିସ୍ ଓ କଟକ ଚୌଦ୍ବାରରେ ଥିବା ତାଙ୍କ ଭାଇ ଅରୁଣ କୁମାର ରାଉତଙ୍କ ଭାସଭବନରେ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍। ଏହି ଚଢ଼ାଉରେ ୩ ଜଣ ଡିଏସପି, ଜଣେ ଫାଇନାନ୍ସ ଅଫିସର, ୮ଇନ୍ସପେକ୍ଟର, ୬ ସବ ଇନ୍ସପେକ୍ଟର ଓ ୧୬ ଜଣ କନଷ୍ଟେବଲ ନିୟୋଜିତ ଅଛନ୍ତି। ପ୍ରଭାତ କୁମାର ରାଉତ ସଂପ୍ରତି ଡମପଡା ବ୍ଲକରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି ।

 

ସମ୍ବନ୍ଧିତ ଖବର