ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫିରୋଜାବାଦରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବଡ଼ ଭଉଣୀର ବିବାହ ଚାଲିଥିବା ବେଳେ ସାନ ଭଉଣୀ ଦୁଷ୍କର୍ମର ଶିକାର ହୋଇଥିବା ଖବର ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

Advertisment

ସୂଚନାଯୋଗ୍ୟ, ପୀଡ଼ିତାଙ୍କ ବଡ଼ ଭଉଣୀଙ୍କ ବିବାହ ପାଇଁ ଏକ ମଣ୍ଡପର ଆୟୋଜନ କରାଯାଇଥିଲା। ବରଯାତ୍ରୀ ଆସି ଠିକ ସମୟରେ ମଣ୍ଡପ‌ରେ ପହଞ୍ଚି ଯାଇଥିଲେ। ବରଯାତ୍ରୀଙ୍କୁ କନ୍ୟାପକ୍ଷ ସ୍ବାଗତ କରିବା ସହିତ ବିବାହ ପାଇଁ ଥିବ‌ା ରୀତିନୀତି ସବୁ ଆରମ୍ଭ କରି ଦେଇଥିଲେ। ଉଭୟପକ୍ଷ ବିବାହକୁ ନେଇ ବେଶ ଖୁସିରେ ମଜାମସ୍ତି କରୁଥିଲେ।

ଏତିକି ବେ‌ଳେ କନ୍ୟାଙ୍କ ସାନ ଭଉଣୀ ମଣ୍ଡପରେ ଥିବା ‌ଶୌଚାଳୟକୁ ଯାଇଥିଲେ। ବାଳିକାଙ୍କୁ ଏକା ଶୌଚାଳୟକୁ ଯାଉଥିବା ‌ଦେଖି ସେହି ଗ୍ରାମର ଜଣେ ଯୁବକ ତାଙ୍କ ପଛରେ ଯାଇଥିଲା। ଆଉ ଭୟଭୀତ କରି ବାଳିକାଙ୍କ ସହିତ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ଦୁଷ୍କର୍ମକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ତେବେ ବାଳିକାଙ୍କ ଅବସ୍ଥା ଦେଖି ପରିବାରଲୋକ ତାଙ୍କୁ ପଚାରିବାରୁ ସେ କହିଥିଲେ, ଗାଁର ଜଣେ ଯୁବକ ତାଙ୍କ ସହିତ ଦୁଷ୍କର୍ମ କରିଥିଲା। ଏହି ଘଟଣା ଶୁଣିବା ପରେ ହସଖୁସିରେ ଭରିଥିବା ଦୁଇପରିବାର କ’ଣ କରିବେ କିଛି ବୁଝି ପାରି ନଥିଲେ।

ପରିବାରଲୋକ ବଡ଼ ଝିଅର ବିବାହ ଯଥାଶୀଘ୍ର ଶେଷ କରିବା ପରେ ପୁଲିସ ଥାନାରେ ଯାଇ ଅଭିଯୋଗ କରିଥିଲେ। ପୁଲିସ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ତଦନ୍ତ ଆରମ୍ଭ କରିଛି। ପୀଡିତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇ ଦେଇଛି।  ଦୋଷୀକୁ ଖୁବଶୀଘ୍ର ଧରିବାକୁ ପୁଲିସ ଚେଷ୍ଟା କରୁଛି ବୋଲି କହିଛି।