କମୁନି ଭିଡ଼ ହିଂସା: ବେଆଇନ୍‌ ମଦ ବିକ୍ରି ଅଭିଯୋଗରେ ମହିଳାଙ୍କ ଗୁପ୍ତାଙ୍ଗରେ ଲଙ୍କାଗୁଣ୍ଡ ପୂରାଇଲେ ଗ୍ରାମବାସୀ

ଗୌହ୍ଵାଟୀ: ଭିଡ଼ ହିଂସା ବିରୋଧରେ ସୁପ୍ରିମ୍‌କୋର୍ଟ ନିଜର ରାୟ ଶୁଣାଇବା ପରେ ବି ଦେଶରେ ଏହା ଏକ ପ୍ରଥା ପାଲଟିଗଲାଣି। ଟିକିଏ କିଛି ଘଟଣା ଘଟିଲେ ସାଙ୍ଗ ହୋଇ ଗଣ୍ଡଗୋଳ ଉପୁଜେଇବା ଯେପରି ଲୋକଙ୍କ ଅଭ୍ୟାସରେ ପରିଣତ ହେବାରେ ଲାଗିଛି। ନିକଟରେ ଆସାମରେ ଦେଖିବାକୁ ମିଳିଛି ସେହିପରି ଏକ ଭୟାନକ ହିଂସା କାଣ୍ଡ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଆସାମର ଜଣେ ମହିଳା ବେଆଇନ୍‌ ଭାବେ ମଦ ବିକ୍ରି କରୁଥିବାରୁ ସ୍ଥାନୀୟ ଲୋକେ ଉକ୍ତ ମହିଳାଙ୍କୁ ମାରଧର କରିବା ସହ ତାଙ୍କ ବ୍ୟକ୍ତିଗତ ଅଙ୍ଗରେ ଲଙ୍କାଗୁଣ୍ଡ ପୂରାଇ ଦେଇଛନ୍ତି।

ଏପରି ଘଟଣା ଆସାମର କରିମଗଞ୍ଜ ଜିଲ୍ଳାରେ ଘଟିଥିବାର ଦେଖିବାକୁ ମିଳିଛି। ଏପରି ବର୍ବର କାଣ୍ଡର ଭିଡିଓ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ଏହି ବର୍ବର କାଣ୍ଡକୁ ଭିତ୍ତିକରି ପୁଲିସ୍‌ ଗ୍ରାମବାସୀଙ୍କ ନାମରେ ଏକ ମାମଲା ରୁଜୁ କରିଛି।

ସେପ୍ଟେମ୍ବର ୧୦ ତାରିଖରେ ଏହି ଘଟଣା ଘଟିଥିବା ବେଳେ ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ହେବା ପରେ ସତ୍ୟ ସାମ୍ନାକୁ ଆସିଛି।

ମହିଳା ଜଣକଙ୍କୁ କେଉଁମାନେ ଆକ୍ରମଣ କରିଥିଲେ ତାହା ସେ ଠିକ୍‌ ଭାବେ ସ୍ପଷ୍ଟ କରିପାରୁ ନାହାନ୍ତି। ପୁଲିସ୍‌ ସୋସିଆଲ୍‌ ମିଡିଆ ଜରିଆରେ ଘଟଣା ସଂପର୍କରେ ଜାଣିବା ପରେ ତଦନ୍ତ ଆରମ୍ଭ କରିଛି।

 

ସମ୍ବନ୍ଧିତ ଖବର