ଖଣ୍ଡଓ୍ଵା: ମହାରାଷ୍ଟ୍ରକୁ ଗୋରୁ ଚାଲାଣ କରୁଥିବା ଅଭିଯୋଗରେ ରବିବାର ଦିନ ମଧ୍ୟପ୍ରଦେଶର ଖଣ୍ଡଓ୍ଵା ଜିଲ୍ଲା ଅନ୍ତର୍ଗତ ଗୋଟିଏ ଗାଁ’ର ଶତାଧିକ ଲୋକ ୨୫ ଜଣ ଲୋକଙ୍କୁ ଦଉଡ଼ିରେ ବାନ୍ଧି ଦୁଇ କିଲୋମିଟର ଦୂରରେ ଥିବା ଥାନାକୁ ଚଲାଇ ଚଲାଇ ନେଇଥିବା କଥା ପୁଲିସ କହିଛି।

Advertisment

ସତ୍ୟ ବୋଲି ଜଣାପଡୁଥିବା ଏ ଘଟଣାର ଗୋଟାଏ ଭିଡିଓ ଦେଖା ଯାଉଛି ଯେ କେତେଜଣ ଠେଙ୍ଗାଧରି ଥିବା ଗ୍ରାମବାସୀ ଗୌ ମାତା କୀ ଜୟ ଚିତ୍କାର କରିବା ସହ ଗୋରୁ ଚାଲାଣକାରୀମାନଙ୍କୁ କାନ ଧରି ଉଠବସ ହେବାକୁ ବାଧ୍ୟ କରୁଛନ୍ତି।

publive-image Image Source: India Today

ଘଟଣାଟି ଘଟିଛି ଖଲଓ୍ଵାସ୍‌ ଅଞ୍ଚଳ ଅନ୍ତର୍ଗତ ସାନଓ୍ଵାଲିଖେଡ଼ା ଗ୍ରାମରେ।

ଖଣ୍ଡଓ୍ଵା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଶିବ ଦୟାଲ୍‌ ସିଂହ କହିଛନ୍ତି: ଆବଶ୍ୟକ ଅନୁମତି ବିନା ଗୋରୁ ଚାଲାଣ କରୁଥିବା ସେ ଲୋକମାନଙ୍କୁ ଆମେ ବୁକ୍‌ କରିଛୁ। ସେଥିପାଇଁ ବ୍ୟବହୃତ ହୋଇଥିବା ୨୧ଟି ଟ୍ରକ୍‌କୁ ଆମେ ଜବତ୍‌ କରିଛୁ। ସେମାନେ ମଧ୍ୟପ୍ରଦେଶର ହର୍ଦା ଜିଲ୍ଲାରୁ ମହାରାଷ୍ଟ୍ରକୁ ଗୋରୁ ନେଉଥିଲେ। ସେମାନଙ୍କ ସହ ଦୁର୍ବ୍ୟବହାର କରିଥିବା ଚାଷୀ ଓ ଗ୍ରାମବାସୀମାନଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି।