ରାଜମହଲ ରଣକ୍ଷେତ୍ର ଘଟଣା, ଆଉ ୯ ଗିରଫ

ଭୁବନେଶ୍ବର: ସଂଶୋଧିତ ମୋଟର ଯାନ ଆଇନ୍‌ ଲାଗୁ ପରେ ଜରିମାନା ଆଦାୟକୁ ନେଇ ରାଜମହଲ ଛକରେ ଉପୁଜିଥିବା ଜନତା-ପୁଲିସ ଖଣ୍ଡଯୁଦ୍ଧ ଘଟଣାରେ କ୍ୟାପିଟାଲ୍‌ ଥାନା ପୁଲିସ୍‌ ଆଜି ଆଉ ୯ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳର ଟୁଲୁ ବେହେରା(୨୨), ଟାଉନ୍‌ ଥାନା ଅଞ୍ଚଳର କୈଳାସ ଚନ୍ଦ୍ର ସାହୁ(୨୬), ବାଲେଶ୍ବର ଜିଲ୍ଲା ଖଣ୍ଟପଡ଼ା ଅଞ୍ଚଳର ପ୍ରମୋଦ କୁମାର ଦାସ(୨୦), ପୁରୀ ଜିଲ୍ଲା ପବିତ୍ର କୁମାର ବେହେରା(୨୯), ପିପିଲି ଅଞ୍ଚଳର ସଞ୍ଜୟ ବେହେରା(୨୩), ଗଞ୍ଜାମ ଛତ୍ରପୁର ଅଞ୍ଚଳର ଏନ୍‌ ଅଭି ରେଡ୍ଡୀ(୩୧), ବାଲିପାଟଣା ଥାନା ଅଞ୍ଚଳର ସୁବାଷ ମହାନ୍ତି(୨୫), କଟକ ‌‌ବୈଦେଶ୍ବର ଅଞ୍ଚଳର ରାଜା ନାୟକ(୨୦) ଏବଂ ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳର ବନମାଳୀ ଜାଲି(୨୦)। କ୍ୟାପିଟାଲ୍‌ ଥାନା କେସ୍‌ ନଂ.୩୧୬/୧୯ରେ ଆଇପିସି ଦଫା ୧୪୭, ୧୪୮, ୨୮୩, ୩୩୨, ୩୩୬, ୩୩୭, ୩୦୭, ୩୫୩, ୫୦୬,୨୯୪, ୩୭୯, ୧୪୯ରେ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ଛାନଭିନ୍‌ ଜାରି ରଖିଛି। ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି।

ପ୍ରକାଶ ଥାଉ କି, ଶନିବାର ଅପରାହ୍‌ଣ ପ୍ରାୟ ୧ଟା ସମୟରେ ରାଜମହଲ ଛକରେ ଗାଡ଼ି ଯାଞ୍ଚକୁ ନେଇ ଜନତା-ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲେ। ଲୋକମାନେ ପିସିଆର ଭ୍ୟାନ୍‌ର କାଗଜପତ୍ର ମାଗିବାକୁ କେନ୍ଦ୍ର କରି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଶୋକନଗର ଅଞ୍ଚଳର ଲକ୍ଷ୍ମଣ ଖମାରି(୪୩), ବଡ଼ଗଡ଼ ବ୍ରିଟ୍‌ କଲୋନିର ରାଜେଶ କୁମାର ସାହୁ(୨୧), ନୂଆପଲ୍ଲୀ ପାଇକନଗର ଅଞ୍ଚଳର ବିଜୟ ସାହୁ(୪୫) ଏବଂ ପୁରୁଣା ଭୁବନେଶ୍ବର ଅଞ୍ଚଳର ଶୁଖସୌଭାଗ୍ୟ ସାହୁ(୩୦) ରବିବାର ଦିନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର