ପ୍ରେମିକାକୁ ନେଇ ଫେରାର୍‌ ହେଲେ ବିବାହିତ ଯୁବକ, ମଜାଦାର୍‌ ରାୟ ଦେଲେ ଅଦାଲତ

ଅହମ୍ମଦାବାଦ୍‌: ଗୁଜୁରାଟର ଅହମ୍ମଦାବାଦ୍‌ରେ ଦେଖିବାକୁ ମିଳିଛି ଏକ ମଜାଦାର୍‌ ଘଟଣା। ଜଣେ ବିବାହିତ ବ୍ୟକ୍ତି ‌ତାଙ୍କ ପ୍ରେମିକା ସହ ଫେରାର୍‌ ହୋଇଯିବା ପରେ ପ୍ରେମିକାଙ୍କୁ ଖୋଜିବାକୁ ପୁଲିସ୍‌ ଯାହା ଖର୍ଚ୍ଚ କରିଛି ତାହାର ଅଧା ଟଙ୍କା ଦେବା ପାଇଁ ବ୍ୟକ୍ତି ଜଣଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପୂର୍ବରୁ ବିବାହ କରି ସାରିଥିବା ରାଘବାଇ ପରମାର ନାମକ ଜଣେ ଯୁବକ ୨୦୨୧ ମସିହା ମେ ମାସରେ ଜଣେ ୨୧ ବର୍ଷୀୟା ଯୁବତୀ ସହ କେଉଁଆଡ଼େ ଫେରାର୍‌ ହୋଇ ଯାଇଥିଲେ। ଯୁବତୀଙ୍କ ପରିବ‌ାର ଲୋକ ଥାନାରେ ଯାଇ ଏକ ନିଖୋଜ ମାମଲା ଦାୟର କରିଥିଲେ। ପୁଲିସ୍‌ ଯୁବତୀଙ୍କୁ ‌ବହୁ ଖୋଜିବା ପରେ ବି ପାଇନଥିଲା।

ପରବର୍ତ୍ତୀ ମୁହୂର୍ତ୍ତରେ ୭ ପରେ ପୁଲିସ୍‌ ସେମାନଙ୍କୁ ଧରିବାରେ ସମର୍ଥ ହୋଇଛି। ପୁଲିସ୍‌ ପରମାରକୁ ଧରିବା ପରେ ସେ ନେଇ ଫେରାର୍‌ ହୋଇଥିବା ଯୁବତୀଙ୍କୁ ଖୋଜିବାକୁ ପୁଲିସ୍‌ ଯାହା ଖର୍ଚ୍ଚ କରିଛି ତାହାର ୫୦ ପ୍ରତିଶତ ଟଙ୍କା ଦେବାକୁ ଗୁଜୁରାଟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମହିଳାଙ୍କୁ ଖୋଜିବା ପାଇଁ ୭ ମାସ ମଧ୍ୟରେ ସମୁଦାୟ ୧,୧୭,୫୦୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଅଦାଲତ ପରମାରଙ୍କୁ ୫୫,୦୦୦ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଯଦି ଅଦାଲତ ପକ୍ଷରୁ ଧାର୍ଯ୍ୟ ହୋଇଥିବା ଦେୟ ପରମାର ନଦିଅନ୍ତି ତେବେ ସେ ଆଇନ୍‌ ଅମାନ୍ୟ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବେ। ପରମାର ଏହି ଅର୍ଥ ଦେବା ପରେ ଅଦାଲତ ତାହାକୁ ରାଜକୋଟ ସହରର ପୁଲିସ୍‌ କଲ୍ୟାଣ ପାଣ୍ଠିରେ ଜମା କରିବେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଯୁବକଙ୍କ ସହ ଫେରାର୍‌ ହେବା ବେଳେ ଯୁବତୀ ଜଣକ ଯୁବକ ବିବାହତ ବୋଲି ଜାଣିନଥିଲେ।

ସମ୍ବନ୍ଧିତ ଖବର