ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିଥିବା ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର : ଦୁଇଦିନ ତଳେ କୁଆଖାଇ ନଦୀପଠାରେ ଜଣେ ଯୁବକଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯାଇଥିବାର ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ମୃତ ଯୁବକ ଜଣଙ୍କ ଗତବର୍ଷ ଜଣେ ଯୁବତୀଙ୍କ ଭିଡିଓକୁ ଭାଇରାଲ କରି ଜେଲ ଯାଇଥିଲେ। ଆଉ ଏହି ହତ୍ୟାକାଣ୍ଡ ପଛରେ ସେହି ଭାଇରାଲ ଭିଡିଓର ଲିଙ୍କ ଥିବା ନେଇ ସନ୍ଦେହ କରାଯାଉଛି। ପରିବାର ଲୋକ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିବା ବେଳେ ପୁଲିସର ତଦନ୍ତ ଜାରି ରହିଛି।

ପ୍ରେମିକା ସହ ଧୋକା କରି ବଜାରରେ ତାର ଇଜ୍ଜତକୁ ନିଲାମ କରିଥିବା ଯୁବକର ବି ଦୁଖଃଦ ଅନ୍ତ ଘଟିଛି। ଇଏ ଏକ ଏମିତି କାହାଣୀ- ଯିଏ ତାକୁୁ ଶୁଣିବ- କଣ ର୍ନିଯ୍ୟାସରେ ପହଂଚିବ ତାହାବି ଭାବି ପାରିବନି। ବନ୍ଦ କୋଠରୀରେ ପ୍ରେମିକା ସହ ବିତାଇଥିବା ଅନ୍ତରଙ୍ଗ ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରିଥିଲା ପ୍ରେମିକ। ଦୃଶ୍ୟରେ ଥିଲେ ପ୍ରେମିକ ଓ ପ୍ରେମିକା। ଆଉ ଚାହୁଁ ଚାହୁଁ ଭାଇରାଲ ହୋଇଗଲା ପ୍ରେମିକ ଓ ପ୍ରେମିକାଙ୍କ ଅନ୍ତରଙ୍ଗ ମୁହୁର୍ତର ଭିଡିଓ। ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲିବା ପରେ, ସାରା ରାଜ୍ୟର ଗଳି କନ୍ଦିରେ ପଂହଚିବାକୁ ବେଶି ସମୟ ଲାଗି ନଥିଲା। ଭୂବନେଶ୍ୱର ବିଜେବି ନଗରରେ ରହୁଥିବା ସେହି ପ୍ରେମିକ ଜଣକ ଥିଲେ ଉନ୍ମୟ ପାଢୀ।

ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ, ୨୦୧୭ ମସିହାରେ ସେ ଜେଲଦଣ୍ଡ ଭୋଗିଥିଲେ। ପୁଣି ଜେଲରୁ ଫେରିବା ପରେ, ସେହି ଭିଡିଓକୁ ସେ ଆଉଥରେ ଭାଇରାଲ କରିଥିବାର ଅଭିଯୋଗ ଆସିଲା। ୨୧ ମାର୍ଚ୍ଚ ୨୦୧୮ ତାରିଖ ଦିନ ଭୁବନେଶ୍ୱରର କୁଆଖାଇ ନଦୀପଠାରେ ମିଳିଲା ଉନ୍ମୟ ପାଢୀଙ୍କ ମୃତଦେହ। ଅତି ର୍ନିମମ ଭାବେ ତାଙ୍କୁ ହତ୍ୟା କରାଯାଇଛି। ପେଟରେ ରକ୍ତ ଭିଜା ଛୁରୀ ଲାଗି ରହିଥିବା ବେଳେ, ପାଟିରେ ଇଟା ଭର୍ତୀ କରାଯାଇଛି। ଆଉ କାଳେ ସେ ବଂଚିଯିବ ସେଥିପାଇଁ ତାଙ୍କୁ ନିଆଁ ଲଗାଇ ପୋଡି ଦିଆଯାଇଥିବା ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି । ଅନ୍ୟପଟେ ପୁର୍ବ ଶତୃତାକୁ କେନ୍ଦ୍ର କରି ଉନ୍ମୟଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। କହିଛନ୍ତି ଭିଡିଓରେ ଥିବା ପ୍ରେମିକା ଜଣକ ହିଁ ଉନ୍ମୟଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରିଛନ୍ତି ।

କିଏ ଆଉ କେମିତି କଲା ଉନ୍ମୟଙ୍କ ହତ୍ୟା ? ଉନ୍ମୟଙ୍କ ହତ୍ୟା ପଛରେ କଣ ଥାଇ ପାରେ କାରଣ ? ଭାଇରାଲ ଭିଡିଓ ପ୍ରତିଶୋଧର ଝଡ ହୋଇ ଉନ୍ମୟଙ୍କ ବଦଲା ନେଇନି ତ ? ଏଭଳି କିଛି ଅସମାହିତ ପ୍ରଶ୍ନର ଉତର ଖୋଜୁଛି ପୁଲିସ।

ସମ୍ବନ୍ଧିତ ଖବର