ଅଶ୍ଲୀଳ ମେସେଜ୍‌ ପଠାଇବାକୁ ନେଇ ଯୁବକଙ୍କୁ ଚାପୁଡ଼ା ମାରିଲେ ଯୁବତୀ, ଜବାବ ଦେଇ ଯୁବକ ପାଲଟା ଆକ୍ରମଣ କରିବା ପରେ ତଳେ ପଡ଼ିଗଲେ ଯୁବତୀ, ଭାଇରାଲ ହେଉଛି ଭିଡିଓ

କୈଥଲ(ହରିୟାଣା) : ହରିୟାଣାର କୈଥଲରେ ଘଟିଥିବା ଘଟଣାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଦୁଇ ଯୁବକ-ଯୁବତୀ ପୂରା ଆକ୍ସନ ମୁଡ୍‌ରେ ଥିବା ଭଳି ନଜର ଆସିଛି । ଭିଡିଓରେ ଦୁଇ ଯୁବକ-ଯୁବତୀ ପରସ୍ପରକୁ ହଠାତ ଆସି ଚାପୁଡ଼ା ମାରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ତେବେ ଯୁବକ ଯୁବତୀଙ୍କୁ ଅଶ୍ଲୀଳ ମେସେଜ ପଠାଉଥିବାରୁ ଯୁବତୀ ତାଙ୍କୁ ପ୍ରଥମେ ଯାଇ ଚାପୁଡ଼ା ମାରିଥିବା ଜଣା ପଡ଼ିଛି । କିନ୍ତୁ ଯୁବକଜଣଙ୍କ ନିଜ ଭୁଲ ବୁଝିବା ପରିବର୍ତ୍ତେ ଯୁବତୀଙ୍କୁ ଚାପୁଡ଼ା ମାରି ତଳେ ପକାଇଦେବାର ଦୃଶ୍ୟ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

bhaskar.com

ଭାଇରାଲ ହୋଇଥିବା ଭିଡିଓ ଅନୁଯାୟୀ, ୪ଜଣ ଯୁବତୀ କଲେଜ ଭିତରକୁ ଯାଉଥିବା ବେଳେ ଆଗରୁ କିଛି ଯୁବକ ଆସୁଛନ୍ତି । ଏ ମଧ୍ୟରେ ଜଣେ ଯୁବତୀ ଆଗକୁ ଯାଇ ଯୁବକଙ୍କୁ କିଛି କହିବା ସହ ଚାପୁଡ଼ା ମାରି ଦେଉଛି । କଥାଟି ସେଇଠି ଶେଷ ହେଉ ନାହିଁ । ଯୁବକଜଣଙ୍କ ଚୁପ୍‌ ରହିବା ପରିବର୍ତ୍ତେ ଯୁବତୀଙ୍କୁ ଖୁବ୍‌ ଜୋରରେ ଚାପୁଡ଼ା ମାରି ଦେଉଛି । ଯାହା ଫଳରେ ଯୁବତୀ ତଳେ ପଡ଼ି ଯାଉଛନ୍ତି । ଏହା ପରେ ଯୁବତୀ ଉଠି ପଡ଼ି ଯୁବକଙ୍କ ପୁଣି ମାଡ଼ ମାରୁଛନ୍ତି । ପରସ୍ପର ପରସ୍ପରକୁ ମାଡ଼ ମାରି ଚାଲୁଥିବା ଦେଖି କିଛି କଲେଜ ଛାତ୍ର ଆସି ଦୁହିଁଙ୍କୁ ଅଲଗା କରୁଥିବା ଭିଡିଓରେ ଦେଖା ଯାଇଛି ।

ସମ୍ବନ୍ଧିତ ଖବର