ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟ୍ ଖେଳାଳି ବିରେନ୍ଦ୍ର ସେହ୍ଵାଗଙ୍କ ପତ୍ନୀ ଆରତୀ ସେହ୍ଵାଗ ତାଙ୍କ ବ୍ୟବସାୟୀ ପାର୍ଟନର ରୋହିତ କକ୍କରଙ୍କ ନାମରେ ୪.୫ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ ଆଣି କହିଛନ୍ତି ଯେ ରେହିତ ତାଙ୍କର ମିଛ ଦସ୍ତଖତ ନେଇ ତାଙ୍କଠାରୁ ୪.୫ କୋଟି ଟଙ୍କା ଠକି ନେଇଛନ୍ତି।
ଗତ ୧ ମାସ ତଳୁ ଆରତୀ ଅଭିଯୋଗ ଆଣିଥିଲେ ମଧ୍ୟ ପୁଲିସ୍ ତଦନ୍ତ କରିବା ପରେ ଶୁକ୍ରବାର ଦିନ ରୋହିତଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି।
पूर्व क्रिकेटर @virendersehwag की पत्नी आरती सहवाग ने दिल्ली पुलिस के @EOWDelhi में की धोखाधड़ी की शिकायत, आरोप कि जिस फर्म में वो पार्टनर थी वहा के लोगो ने इनके पति का नाम इस्तेमाल कर एक फर्म से 4.5 करोड़ का लोन लिया और इनके फर्जी साइन किए। एफआईआर दर्ज जांच जारी। @indiatvnews
— Abhay parashar (@abhayparashar) July 13, 2019
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଆରତୀ ରୋହିତଙ୍କ ବ୍ୟତୀତ ତାଙ୍କର ଅନ୍ୟ ୬ ଜଣ ସହଯୋଗୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୨୦୦୪ ମସିହାରେ ସେହ୍ଵାଗଙ୍କୁ ବିବାହ କରିଥିଲେ ଆରତୀ।