ବିବେକ ତିଓ୍ଵାରୀ ହତ୍ୟା ଘଟଣା: ଅଭିଯୁକ୍ତକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି ପୁଲିସ୍‌, କହିଲେ ବିଜେପି ବିଧାୟକ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଭାରତୀୟ ଜନତା ପାର୍ଟି(ବିଜେପି)ର ବିଧାୟକ ବରିଆ ସୁରେନ୍ଦ୍ର ସିଂହ ଲକ୍ଷ୍ନୌର ଆପେଲ୍‌ କମ୍ପାନୀ ପରିଚାଳକ  ବିବେକ ତିଓ୍ଵାରୀଙ୍କ ମୃତ୍ୟୁ ତଦନ୍ତ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚା ପାଲଟିଛନ୍ତି। ବିଧାୟକ ଜଣକ ମତ ରଖିଛନ୍ତି କି ଉତ୍ତରପ୍ରଦେଶ ପୁଲିସ୍‌ ବିବେକଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ କନ୍‌ଷ୍ଟେବଲ୍‌ଙ୍କୁ ଜାଣି ଜାଣି ସୁରକ୍ଷା ପ୍ରଦାନ କରୁଛି।

ବିଧାୟକ ସୁରେନ୍ଦ୍ର ସିଂହ ଅଭିଯୋଗ ଆଣିଛନ୍ତି ଯେ ମଦ୍ୟପାନ କରି ବିବେକଙ୍କ ଉପରେ ମଧ୍ୟ ରାତ୍ରରେ ଗୁଳି କରିଥିବା କନ୍‌ଷ୍ଟେବଲ୍‌ ଏବଂ ତାଙ୍କର ଆଉ ଜଣେ ସହକର୍ମୀଙ୍କୁ ପୁଲିସ୍‌ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ସୁରକ୍ଷା ଦେଉଛନ୍ତି। ସେ ଆହୁରି ବି କହିଛନ୍ତି କି ଅଭିଯୁକ୍ତ ପୁଲିସ୍‌ କର୍ମଚାରୀଙ୍କର କୌଣସି ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇ ନାହିଁ।

ଉଲ୍ଲେଖଯୋଗ୍ୟ, ବିଳମ୍ବିତ ରାତିରେ କାମ ସାରି ଆପଲ କମ୍ପାନିର ପରିଚାଳକ ବିବେକ ତିୱାରୀ କାରରେ ଘରକୁ ଫେରୁଥିଲେ। ସେହି ସମୟରେ ପୁଲିସ କନ୍‌ଷ୍ଟେବଲ୍‌ ଗୋମତି ନଗରରେ ତାଙ୍କୁ ଅଟକାଇଥିଲେ। ତେବେ ସେ ନ ଅଟକିବାରୁ କନେଷ୍ଟବଳ ତାଙ୍କ ଉପରେ ଗୁଳିମାଡ଼ କରିଥିଲେ ଓ ହସ୍ପିଟାଲରେ ବିବେକଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର