ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ଖେଳାଇ ଲୁଟ୍‌ପାଟ୍‌ କରୁଥିବା କୁଖ୍ୟାତ ଅପରାଧୀ ରବି ରାଓ ସମେତ ୮ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପୁଲିସ ଏନକାଉଣ୍ଟର କରିଛି। ଡକାୟତମାନଙ୍କ ଠାରୁ କମିସନରେଟ୍‌ ପୁଲିସ ୯ଟି କାର୍‌, ୬ଟି ବାଇକ୍‌ ଓ ୨୨୪ ଗ୍ରାମ ସୁନା, ୫୦ ହଜାର ଟଙ୍କା ଓ ୫ଟି ଦେଶୀ ବନ୍ଧୁକ ଜବତ କରିଛି। ସମସ୍ତ ଅପରାଧୀଙ୍କ ନାଁରେ ପାଖାପାଖି ୩୦ଟି ମାମଲା ରହିଥିବା ପୁଲିସ କମିସନର ସତ୍ୟଜିତ ମହାନ୍ତି ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Advertisment

publive-image

ପୁଲିସ କମିସନର କହିଛନ୍ତି, ଟଙ୍କା ଲୁଟିବା ପରେ ଲୁଟେରାମାନେ ବିଳାସମୟ ଜୀବନଯାପନ କରୁଥଲେ। ଏମାନେ ରାଜଧାନୀର ବିଭିନ୍ନ ଅଂଚଳରେ ଲୁଟ୍‌ପାଟ୍‌ କରୁଥିଲେ। ଗୋଟିଏ ଲୁଟେରା ଗ୍ୟାଙ୍ଗରେ ୫ ଜଣ ଅପରାଧୀ ଥିଲେ। କୁଖ୍ୟାତ ଅପରାଧୀ ରବି ରାଓକୁ ଏନ୍‌କାଉଣ୍ଟର କରାଯିବା ପରେ ସତ ପଦାକୁ ଆସିଛି।

ଲୁଟେରା ଗ୍ୟାଙ୍ଗ ପାହାଳ ଅଞ୍ଚଳରୁ ୩୫ ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ। ଏହି ଘଟଣାରେ ୮ ଜଣ ଡକାୟତ ସାମିଲ ଥିଲେ। ଟଙ୍କା ଲୁଟ୍‌ କରିବା ପରେ ବିଳାସମୟ ଜୀବନଯାପନ କରୁଥିଲେ।