ଖଣ୍ଡଗିରି: ଶୁକ୍ରବାର ତମାଣ୍ଡୋ ଥାନା ପୁଲିସ ଜଣେ କୁଖ୍ୟାତ ମୋବାଇଲ୍ ଚୋରକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ତଳଖେତାରେ ରହୁଥିବା ଜଗତସିଂହପୁର ନୂଆଗାଁ ଅଞ୍ଚଳର ଅଶୋକ ଦାସଙ୍କ ପୁଅ ବିଶ୍ୱରଂଜନ ଓରଫ୍ ସରୋଜ (୨୩)। ତା’ନିକଟରୁ ପୁଲିସ ୩ଟି ମୋବାଇଲ୍ ସେଟ୍ ଜବତ କରିଛି। ପୁଲିସ ସୂଚନାନୁସାରେ କଳିଙ୍ଗବିହାର ଅଞ୍ଚଳରେ ମେସ୍ କରି ରହୁଥିବା ଇଂଜିନିୟରଂ ଛାତ୍ରମାନଙ୍କ ଲାପଟପ୍ ଓ ମୋବାଇଲ୍ ଚୋରି କରି ସେ ପୂର୍ବରୁ ୨ ଥର ଗିରଫ ହୋଇଥିଲା ଓ ତା’ଠାରୁ ୨୦ରୁ ଅଧିକ ମୋବାଇଲ୍ ଜବତ ହୋଇଥିଲା। ଗତ ମାର୍ଚ୍ଚ ମାସରେ ସେ ତମାଣ୍ଡୋ ବିଜିପୁରର ବଳଭଦ୍ର ଦାସଙ୍କ ମୋବାଇଲ୍ ଚୋରି କରିଥିଲା। ପରେ ସେହି ମୋବାଇଲ୍ଟିକୁ ସେ ବିକ୍ରି ନ କରି ନିଜେ ବ୍ୟବହାର କରୁଥିଲା। ମୋବାଇଲ୍ ଟ୍ରାକିଂରୁ ଜଣାପଡ଼ିବା ପରେ ପୁଲିସ ତାକୁ ଗିରଫ କରିଛି। ତମାଣ୍ଡୋ ଅଞ୍ଚଳରେ ବାରମ୍ବାର ମୋବାଇଲ୍ ଚୋରି କରୁଥିବାରୁ ତାକୁ ଅଭ୍ୟାସଗତ ଅପରାଧୀଭାବେ ଗଣନା କରାଯାଇ ତା’ ବିରୋଧରେ ୧୧୦ ଧାରା ଲାଗୁ କରାଯାଇଛି ବୋଲି ଆଇଆଇସି ଅତନୁ ରାଉତ କହିଛନ୍ତି।
କୁଖ୍ୟାତ ମୋବାଇଲ୍ ଲୁଟେରା ଗିରଫ
/sambad/media/post_attachments/wp-content/uploads/2017/10/mobile-lootera-ph.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)