ଭୋପାଳ: ଟିକ୍ଟକ୍ ଭିଡିଓରେ ୨ ଜଣ ମଧ୍ୟପ୍ରଦେଶ ଯୁବକ ପିସ୍ତଲ ଦେଖାଇଥିବା କାରଣରୁୁ ସେମାନଙ୍କୁ ମଧ୍ୟପ୍ରଦେଶର ମନ୍ଦସୁର ଜିଲ୍ଲାରୁ ଗିରଫ କରାଯାଇଛି। ସେମାନେ ଟିକ୍ଟକ୍ ଭିଡିଓରେ ସୁଟ୍ କରିବା ବଳେ ପିସ୍ତଲ ପ୍ରଦର୍ଶନ କରିଥିଲେ, ଯାହାକି ହିଂସାକୁ ପ୍ରୋତ୍ସାହନା ଦେଉଥିଲା। ହିଂସାକୁ ପ୍ରୋତ୍ସାହନା ଦେଉଥିବା କାରଣରୁ ସେମାନଙ୍କ ବିରୋଧରେ ମାମଲା ରୁଜ୍ଜୁ ହେବା ପରେ ପୁଲିସ୍ ସେମାନଙ୍କୁ ଗିରଫ କରିଛି।
ଦୁଇ ଅଭିଯୁକ୍ତ ହେଉଛନ୍ତି ରାହୁଲ ଏବଂ କହ୍ନୈୟା। ସେମାନେ ଯେଉଁ ଭିଡିଓ ଟିକ୍ଟକ୍ରେ ବନାଇଥିଲେ ସେଥିରେ ସେମାନେ ବାଇକ୍ ଚଢ଼ିବା ସହ ପିସ୍ତଲ ଧରି ପୋଜ୍ ଦେଇଥିବାର ନଜର ଆସିଥିଲେ। ସୋସିଆଲ୍ ମିଡିଆରେ ଭିଡିଓଟି ଭାଇରାଲ୍ ହେବା ପରେ ପୁଲିସ୍ ସେମାନଙ୍କ ନାମରେ ମାମଲା ରୁଜ୍ଜୁ କରି ଖୋଜାଖୋଜି ଆରମ୍ଭ କରିଥିଲା।
ମହ୍ଲାରଗଡ଼ ପୁଲିସ୍ ଷ୍ଟେସନ୍ ଇନ୍-ଚାର୍ଜ ଦୀଲିକ ରାଜୋରିଆ ଗଣମାଧ୍ୟମକୁ କହିଛନ୍ତି ଯେ ସୋସିଆଲ୍ ମିଡିଆରେ ଭିଡିଓ ଦେଖିବା ପରେ ହିଁ ପୁଲିସ୍ ଖୋଜାଖୋଜି ଆରମ୍ଭ କରିଥିଲା। ପିସ୍ତଲ ଧରିଥିବା ପିଲାର ହାତରେ ରାହୁଲ ଲେଖାଥିବା କାରଣରୁ ପୁଲିସ୍କୁ ସେମାନଙ୍କୁ ଧରିବାକୁ ସୁବିଧା ହୋଇଥିଲା।