ପୁନର୍ବିବାହ ପାଇଁ ଗୋଖରସାପ କିଣି ପତ୍ନୀଙ୍କୁ ସର୍ପାଘାତରେ ମାରିଲେ କେରଳୀ ବ୍ୟକ୍ତି

କୋଚି: କେରଳର କୋଲାମରେ ସର୍ପାଘାତରେ ମରିଥିବା ଜଣେ ମହିଳାଙ୍କ ସ୍ବାମୀଙ୍କୁ ପୁଲିସ ଗିରଫ କରିଛି। ପୁନର୍ବିବାହ କରିବାକୁ ଚାହୁଁଥିବା ସେ ଲୋକଟି ତାଙ୍କ ପତ୍ନୀଙ୍କୁ ମାରିବାକୁ ଗୋଟାଏ ସାପ ଖରିଦ କରିଥିଲେ।

ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିପାରିଛି ଯେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ସୂରଜ ପତ୍ନୀ ଉତ୍ତରାଙ୍କୁ ମାରିବାକୁ ଗୋଟାଏ ସାପର ସହାୟତା ନେଇଥିଲା।

Image Source: India Today

ମେ ୭ ତାରିଖ ଦିନ ଉତ୍ତରା ତାଙ୍କ ଘରେ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହା ସର୍ପାଘାତଜନିତ ମୃତ୍ୟୁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। କିନ୍ତୁ, ମାର୍ଚ ମାସରେ ମଧ୍ୟ ଉତ୍ତରାଙ୍କୁ ଗୋଟାଏ ସାପ କାମୁଡ଼ିଥିବାରୁ ମେ ମାସ ସାପକାମୁଡ଼ା କଥାରେ ଉତ୍ତରାଙ୍କ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା।

Image Source: On Manorama

ପୁଲିସ କହିବା ଅନୁସାରେ, ପତ୍ନୀଙ୍କୁ ମାରିବାକୁ ଫେବ୍ରୁଆରି ମାସରେ ସୂରଜ ପ୍ରଥମେ ଷଡ଼ଯନ୍ତ୍ର କରିଥିଲା। ବନ୍ଧୁ ସୁରେଶ ସହାୟତାରେ ସେ ଗୋଟାଏ ବୋଡ଼ାସାପ ଯୋଗାଡ଼ କରିଥିଲା। ବୋଡ଼ା ଉତ୍ତରାଙ୍କୁ କାମୁଡ଼ିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାସେରୁ ଅଧିକ କାଳ ଚିକିତ୍ସିତ ହେବା ପରେ ସେ ଡାକ୍ତରଖାନାରୁ ଯାଇ ଆଞ୍ଚଲସ୍ଥିତ ନିଜ ବାପଘରକୁ ଯାଇଥିଲେ।

ପ୍ରଥମ ଉଦ୍ୟମ ବିଫଳ ହେବା ପରେ, ସୂରଜ ବନ୍ଧୁ ସୁରେଶଙ୍କ ଠାରୁ ଏପ୍ରିଲ୍ ମାସରେ ଗୋଟାଏ ଗୋଖରସାପ କିଣିଥିଲା। ମେ ୬ ତାରିଖ ରାତିରେ ସୂରଜ ଗୋଖରସାପଟିକୁ ବାହାର କରି ନିଦ୍ରିତ ଉତ୍ତରାଙ୍କ ଉପରେ ରଖିଦେଇଥିଲା। ଏହାପରେ ବିଛଣାରେ ବସି ସୂରଜ ଦେଖିଲା ଗୋଖରଟି ଉତ୍ତରାଙ୍କୁ ଦୁଇଥର ଚୋଟ ବସାଇଲା। ତର୍ହି ଆର ଦିନ ସକାଳେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେ ମୃତା ବୋଲି ଡାକ୍ତରମାନେ ଘୋଷଣା କରିଥିଲେ।

ପୁଲିସ କହିଛି ଯେ ଅପରାଧର ବାସ୍ତବ କାରଣ ହେଉଛି ଅର୍ଥ। ଯଦିବା ସୂରଜ ଯୌତୁକ ବାବଦରେ ବିପୁଳ ଅର୍ଥ ଓ ସୁନା ପାଇଥିଲା, ସେ ଉତ୍ତରାଙ୍କ ଠାରେ ସନ୍ତୁଷ୍ଟ ନ ଥିଲା। ଯୌତୁକ ଅର୍ଥ ଆତ୍ମସାତ କରି ଆଉ ଜଣେ ଉତ୍ତମା ଜୀବନ ସାଥି ପାଇଁ ସେ ମନବଳାଇଥିଲା।

ସୂରଜ ଏବଂ ତା’ ବନ୍ଧୁ ସୁରେଶଙ୍କୁ ଗିରଫ କରାଯାଇ ୧୪ ଦିନ ପାଇଁ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର